ସାଧାରଣ ଲୋକଟିଏ ଯଦି ପଇଡଟିଏ କିଣି ପିଇବାକୁ ଚାହିଁବ ସେ କେତେ ଟଙ୍କା ଦେଇ ପଇଡଟି କିଣିବ ? ୨୦ , ୨୫ ଅତିବେଶୀରେ ୩୦ ଟଙ୍କା । କିନ୍ତୁ ଏବେ ଆମେ ଆପଣଙ୍କୁ ଯେଉଁ ପଇଡ କଥା କହିବାକୁ ଯାଉଛୁ ତାହାର ମୂଲ୍ୟ ଯେ ବ୍ରାଣ୍ଡେଡ୍ ମଦ ସହ ସମାନ , କହିଲେ କ’ଣ ଆପଣମାନେ ମାନିବେ ? ହଁ ଆଜ୍ଞା , ୨ ଟି ପଇଡର ମୂଲ୍ୟ ୭୦ କି ୮୦ ନୁହଁ ଏକାଥରେ ୭୬୭ ଟଙ୍କା । ଆଉ ଏହି ଦାମିକା ପଇଡ ଚେନ୍ନାଇର ଟ୍ରାଇଡେଣ୍ଟ୍ ହୋଟେଲରୁ କିଣି ପିଇଛନ୍ତି ସିନେମା ନିର୍ମାତା ଅକ୍ଷୟ କୁମାର ପରିଜା ।
ନିଜ ଟ୍ୱିଟର ଆକାଉଣ୍ଟରେ ଶ୍ରୀମାନ୍ ପରିଜା ଏନେଇ ନିଜର ମତ ରଖିଛନ୍ତି । ନିଜ ଜୀବନକାଳରେ ସବୁଠାରୁ ଦାମିକା ପଇଡ ପିଇଥିବା କଥା ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି । ଦୁଇଟି ପଇଡର ଦାମ୍ ଯେ ଦୁଇଟି ବଡ ମଦ ବୋତଲର ଦାମ୍ ସଙ୍ଗେ ସମାନ ହେବ ବୋଲି ସେ ଲେଖିଛନ୍ତି । ଓଡିଶାର ଗାଁଗହଳୀର ପଇଡ ବିକାଳୀମାନେ କିଭଳି ୨୦ /୨୫ ଟଙ୍କାରେ ପଇଡ ବିକ୍ରି କରି ଅହରହ ପ୍ରଚଣ୍ଡ ଖରାରେ ଠିଆ ହୋଇ ପେଟଚାଖଣ୍ଡକ ପାଇଁ ସଂଗ୍ରାମ କରୁଥିବା ବେଳେ , ବଡ ବଡ ହୋଟେଲରେ ମଦ ଠାରୁ ଦାମିକା ପଇଡ ଯେ କାହାକୁ ଏଠାରେ ଠକୁଛି ତାହା ପାଠକବନ୍ଧୁମାନେ ହିଁ କହିପାରିବେ ।
Follow Us