ଅକ୍ଷୟ କୁମାରଙ୍କ ମା’ଙ୍କ ପରଲୋକ । ସୋସିଆଲ ମିଡ଼ିଆରେ ସୂଚନା ଦେଲେ ଖିଲାଡି ଷ୍ଟାର ।

228

କନକ ବ୍ୟୁରୋ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ଙ୍କର ଦେହାନ୍ତ । ଅକ୍ଷୟଙ୍କ ମା’ ଅରୁଣା ଭାଟିଆ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଅକ୍ଷୟ ଲେଖିଛନ୍ତି, ମା’ ମୋର ସବୁକିଛି ଥିଲେ । ତାଙ୍କ ଦେହାନ୍ତ ମୋତେ ଓ ମୋ ପରିବାରକୁ ବହୁତ କଷ୍ଟ ଦେଇଛି । ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

 

View this post on Instagram

 

A post shared by Akshay Kumar (@akshaykumar)

ଦୀର୍ଘ ଦିନ ଧରି ଅରୁଣାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଥିଲା । ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଲଣ୍ଡନରେ ନିଜ ଫିଲ୍ମର ଅଧା ସୁଟିଂ ସାରି ଅକ୍ଷୟ ମୁମ୍ବାଇ ବାହୁଡ଼ି ଆସିଥିଲେ । ଏପରିକି ତାଙ୍କ ମା’ ଯେତେବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେତେବେଳେ ସୋସିଆଲ ମିଡ଼ିଆରେ ଏକ ଭାବପ୍ରବଣ ପୋଷ୍ଟ ଅକ୍ଷୟ ସେୟାର କରିଥିଲେ ।  ଅକ୍ଷୟ କହିଛନ୍ତି, “ବହୁତ ବହୁତ ଧନ୍ୟବାଦ ଆପଣମାନେ ମୋ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଲେ । ବର୍ତ୍ତମାନ ମୋ ପରିବାରର କଠିନ ସମୟ ଚାଲିଛି । ଏଭଳି ସମୟରେ ମୋ ପରିବାରକୁ ଆପଣମାନଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି ।”

 

View this post on Instagram

 

A post shared by Akshay Kumar (@akshaykumar)