ଅକ୍ଷୟ କୁମାର ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ: ସୁଟିଂ ଛାଡି ଲଣ୍ଡନରୁ ଫେରିଲେ ମୁମ୍ବାଇ

173

କନକ ବ୍ୟୁରୋ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଛି । ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମାଙ୍କ ଅସୁସ୍ଥ ଖବର ଶୁଣି ଲଣ୍ଡନରୁ ସୁଟିଂ ଛାଡି ମୁମ୍ବାଇ ଚାଲିଆସିଛନ୍ତି ଅକ୍ଷୟ କୁମାର ।

ଲଣ୍ଡନରେ ଅକ୍ଷୟ କୁମାର ସିଣ୍ଡରେଲା ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ । ଗତ ବର୍ଷ ମଧ୍ୟ ବେଲ ବଟମ ଲଣ୍ଡନରେ ସୁଟିଂ ହୋଇଥିଲା । ଆଉ ଏହି ସମୟରେ ଅକ୍ଷୟ କୁମାର ମାଙ୍କ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ।