ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଦେଶର ସବୁଠାରୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜେଏନୟୁ କ୍ୟାମ୍ପସ୍ ଯାଇ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭରେ ସାମିଲ ହୋଇ ହଇଚଇ ସୃଷ୍ଟି କରିଦେଇଛନ୍ତି । ରାଜନୀତି ଠାରୁ ଆରମ୍ଭ କରି ସିନେଜଗତରେ ଏନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଟ୍ୱିଟରରେ ଏବେ ଅଭିନେତା ଅକ୍ଷୟ କୁମାରଙ୍କ ଏବିଭିପି ପତାକା ଧରି ଉଡାଉଥିବାର ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ସେୟାର୍ କରି ଲୋକମାନେ ଦୀପିକାଙ୍କୁ ସପୋର୍ଟ କରୁଥିବା ବେଳେ ଅକ୍ଷୟଙ୍କୁ ଟ୍ର୍ରୋଲ୍ କରୁଛନ୍ତି । /kanak/media/post_attachments/wp-content/uploads/2020/01/freepressjournal_2020-01_db941863-1f82-422a-94bc-676538f3d98c_Deepika_JNU_Akshay_Kumar_ABVP-300x169.jpg)
୨୦୧୮ ରେ ପ୍ୟାଡମ୍ୟାନ୍ ଫିଲ୍ମର ପ୍ରମୋସନ୍ ରେ ଅକ୍ଷୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବାହାରେ ଏବିଭିପିର ପତାକା ଉଡାଇଥିଲେ । ଅକ୍ଷୟ ମହିଳା ମାରାଥନ୍ ର ପତାକା ଉତ୍ତୋଳନ କରିବା ସହ ଟ୍ୟାକ୍ସ ଫ୍ରି ସାନିଟାରୀ ପ୍ୟାଡ୍ ଏବଂ ମହିଳା ସଶକ୍ତିକରଣ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଜାଗୃତ କରିଥିଲେ ।
ଏହି ଭିଡିଓ ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ସେତେବେଳେ ପୋଷ୍ଟ୍ କରିଥିଲେ ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଇଥିଲା । ଏବେ ଦୀପିକା ପାଦୁକୋନ୍ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ପରେ ଅକ୍ଷୟଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି ଲୋକେ । ଅକ୍ଷୟ ଏବଂ ଦୀପିକାଙ୍କ ଫଟୋକୁ କୋଲାଜ୍ କରି ଏହାକୁ କାନାଡା ଏବଂ ଭାରତ ଭିତରେ ଅନ୍ତର ଥିବା କଥା କହିଛନ୍ତି ୟୁଜର । କେହି କେହି ଏହାକୁ ଲୋକତନ୍ତ୍ରର ଦୁଇଟି ମୁହଁ ବୋଲି କହିଛନ୍ତି ।
Follow Us
/kanak/media/post_attachments/wp-content/uploads/2020/01/5e14d86d250000a9269900df-300x200.jpeg)
/kanak/media/post_attachments/wp-content/uploads/2020/01/akshay-300x168.jpeg)