ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ସମର୍ଥନ କରି ଅଭିନେତ୍ରୀ ଦୀପିକା ହୋଇଥିଲେ ଟ୍ରୋଲ୍ : ଏବେ ଏବିଭିପି ପତାକା ଉଡାଇ ଟ୍ରୋଲର ଶିକାର ହେଲେ ଅଭିନେତା ଅକ୍ଷୟ କୁମାର ।

394

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଦେଶର ସବୁଠାରୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜେଏନୟୁ କ୍ୟାମ୍ପସ୍ ଯାଇ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭରେ ସାମିଲ ହୋଇ ହଇଚଇ ସୃଷ୍ଟି କରିଦେଇଛନ୍ତି । ରାଜନୀତି ଠାରୁ ଆରମ୍ଭ କରି ସିନେଜଗତରେ ଏନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଟ୍ୱିଟରରେ ଏବେ ଅଭିନେତା ଅକ୍ଷୟ କୁମାରଙ୍କ ଏବିଭିପି ପତାକା ଧରି ଉଡାଉଥିବାର ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ସେୟାର୍ କରି ଲୋକମାନେ ଦୀପିକାଙ୍କୁ ସପୋର୍ଟ କରୁଥିବା ବେଳେ ଅକ୍ଷୟଙ୍କୁ ଟ୍ର୍ରୋଲ୍ କରୁଛନ୍ତି ।

୨୦୧୮ ରେ ପ୍ୟାଡମ୍ୟାନ୍ ଫିଲ୍ମର ପ୍ରମୋସନ୍ ରେ ଅକ୍ଷୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବାହାରେ ଏବିଭିପିର ପତାକା ଉଡାଇଥିଲେ । ଅକ୍ଷୟ ମହିଳା ମାରାଥନ୍ ର ପତାକା ଉତ୍ତୋଳନ କରିବା ସହ ଟ୍ୟାକ୍ସ ଫ୍ରି ସାନିଟାରୀ ପ୍ୟାଡ୍ ଏବଂ ମହିଳା ସଶକ୍ତିକରଣ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଜାଗୃତ କରିଥିଲେ ।

ଏହି ଭିଡିଓ ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ସେତେବେଳେ ପୋଷ୍ଟ୍ କରିଥିଲେ ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଇଥିଲା । ଏବେ ଦୀପିକା ପାଦୁକୋନ୍ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ପରେ ଅକ୍ଷୟଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି ଲୋକେ । ଅକ୍ଷୟ ଏବଂ ଦୀପିକାଙ୍କ ଫଟୋକୁ କୋଲାଜ୍ କରି ଏହାକୁ କାନାଡା ଏବଂ ଭାରତ ଭିତରେ ଅନ୍ତର ଥିବା କଥା କହିଛନ୍ତି ୟୁଜର । କେହି କେହି ଏହାକୁ ଲୋକତନ୍ତ୍ରର ଦୁଇଟି ମୁହଁ ବୋଲି କହିଛନ୍ତି ।