ଟ୍ରୋଲ ହେଲେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । ଜାଣନ୍ତୁ, ଏହା ପଛର କାରଣ କଣ?

338

କନକ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଦୁଇ ଦିନ ତଳେ ମାତୃବିୟୋଗ ଘଟିଥିଲା । ଅକ୍ଷୟଙ୍କ ମା ଅରୁଣା ଭାଟିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୮ ତାରିଖରେ ଆଖି ବୁଜିଥିଲେ । ଏନେଇ ନିଜେ ଅକ୍ଷୟ ଟୁଇଟ୍ କରି ଜଣାଇବା ସହିତ ତାଙ୍କ ପରିବାର ଏକ ମୁସ୍କିଲ ସମୟ ଦେଇ ଗତି କରୁଛି ବୋଲି ଲେଖିଥିଲେ ।

ଏହାର ଦୁଇ ଦିନ ପରେ ଆଜି ଅକ୍ଷୟ କୁମାରଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଏୟାରପୋର୍ଟରେ ନଜର ଆସୁଛନ୍ତି ଏବଂ ନିଜ କାମକୁ ଫେରୁଛନ୍ତି । ହେଲେ ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ କିନ୍ତୁ ଅକ୍ଷୟଙ୍କ ଏହି ଅନ୍ଦାଜ ପସନ୍ଦ ଆସିନି । ମାଙ୍କ ମୃତ୍ୟୁର ମାତ୍ର ୨ ଦିନ ପରେ ଅକ୍ଷୟଙ୍କ କାମକୁ ଫେରିବାକୁ ସୋସିଆଲ୍ ମିଡିଆ ୟୁଜର୍ସମାନେ ନିନ୍ଦା କରିବା ସହିତ ଅକ୍ଷୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଅକ୍ଷୟଙ୍କୁ ନେଇ ୟୁଜର୍ସମାନେ ନାନାଦି ପ୍ରକାର କମେଣ୍ଟ କରିବା ସହିତ ଏତେ ଜଲଦି ଖିଲାଡି ଷ୍ଟାର କାମରେ ଯୋଗନଦେବା ଉଚିତ୍ ବୋଲି କହିଛନ୍ତି । ଏପରିକି ବଲିଉଡ ଷ୍ଟାର ମାନଙ୍କର ଇମୋସନ ବୋଲି କିଛି ନାହିଁ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୮ ତାରିଖରେ ଅକ୍ଷୟ କୁମାରଙ୍କ ମାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ହଠାତ୍ ଅକ୍ଷୟ ନିଜ ସୁଟିଂ ବନ୍ଦ କରି ବିଦେଶରୁ ମୁମ୍ବାଇ ଫେରିଆସିଥିଲେ । ସେତେବେଳେ ଏହି କଥାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଥିଲା । ହେଲେ ଏହାର ମାତ୍ର ଦୁଇ ଦିନ ପରେ ପୁଣି କାମକୁ ଫେରି ଖିଲାଡି ଷ୍ଟାର ଲୋକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ।