କନକ ବ୍ୟୁରୋ : ସମାଲୋଚନା ପରେ ଶେଷରେ କାନାଡା ନାଗରିକତା ଛାଡିବା ନେଇ ଘୋଷଣା କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଭାରତ ତାଙ୍କ ପାଇଁ ସବୁକିଛି, ଭାରତରୁ ସବୁକିଛି ପାଇଛନ୍ତି, ପାସପୋର୍ଟରେ ପରିବର୍ତ୍ତନ ନେଇ ସେ ଆବଦେନ କରିସାରିଛନ୍ତି କହିଛନ୍ତି ଅକ୍ଷୟ । ଆଉ କ’ଣ ପାଇଁ କାନାଡାର ନାଗରିକତା ଗ୍ରହଣ କଲେ ତାର ସ୍ଫଷ୍ଟିକରଣ ଦେଇଛନ୍ତି ଏହି ବଲିଉଡ ଷ୍ଟାର ।

Advertisment

ହେରା ଫରି, ନମସ୍ତେ ଳଣ୍ଡନ, ଟଏଲେଟ: ଏକ ପ୍ରେମ କଥା, ପ୍ୟାଡମେନ୍ ଭଳି ୧୫ ଫ୍ଲପ ଫିଲ୍ମ ପରେ ବାଧ୍ୟ ହୋଇ ଛାଡିଥିଲେ ଭାରତର ନାଗରିକତା ଛାଡିଥିଲେ ବୋଲି କହିଛନ୍ତି ଅକ୍ଷୟ । କିନ୍ତୁ ଲୋକ କିଛି ନଜାଣି ତାଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେବା ତାଙ୍କୁ ଖରାପ ଲାଗିଛି ବୋଲି କହିଛନ୍ତି ୫୫ ବର୍ଷିୟ ଏହି ଅଭିନେତା । ତାଙ୍କ ଫିଲ୍ମ ସବୁ ଫ୍ଲପ ହେବାରୁ ସେ କାନାଡା କାର୍ଯ୍ୟ କରିବାକୁ ତାଙ୍କର ଜଣେ ସାଙ୍ଗଙ୍କ ପାଖକୁ ଯାଇଥିଲେ ।

ତାଙ୍କ ସାଙ୍ଗ ତାଙ୍କୁ କାନାଡା ଡାକିବା ସହ ସେଠାକାର ନାଗରିକତା ଗ୍ରହଣ କରିବାକୁ କହିଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅକ୍ଷୟ କୁମାରଙ୍କ ଏକ ସାକ୍ଷାତକାର ପରେ ତାଙ୍କ ନାଗରିକତାକୁ ନେଇ ଡିବେଡ ହୋଇଥିଲା । ପରେ ଲୋକେ ତାଙ୍କୁ ଏଥିପାଇଁ ବିରୋଧ କରିବା ସହ କଡା ଭାଷାରେ ସମାଲୋଚନା କରିବାକୁ ପଛାଇନଥିଲେ ।