କନକ ବ୍ୟୁରୋ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା । ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି । ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବାକୁ କହିଛନ୍ତି ଅକ୍ଷୟ ।
— Akshay Kumar (@akshaykumar) April 4, 2021
ଲକଡାଉନ ପରଠାରୁ ଫିଲ୍ମ ସୁଟିଂକୁ ଫେରିଥିଲେ ଅକ୍ଷୟ । ସୁଟିଂ ବାକି ଥିବା ଫିଲ୍ମକୁ ଯଥାଶୀଘ୍ର ସାରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । କିନ୍ତୁ ଏହା ଭିତରେ କରୋନାରେ ସଂକ୍ରମିତ ହୋଇଛନ୍ତି ଅକ୍ଷୟ । ଏବେ ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଖାସକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ବେଶ ଚିନ୍ତାଜନକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Akshay-Kumar-e1601651521690.jpg)