ଆଇସିୟୁରେ ଖିଲାଡ଼ି କୁମାରଙ୍କ ମା’ , ପୋଷ୍ଟ୍ କରି ପ୍ରଶଂସକଙ୍କୁ କିଛି ଏମିତି କହିଲେ ଅକ୍ଷୟ

220

ବଲିଉଡ଼୍ ଇଣ୍ଡଷ୍ଟ୍ରିରେ ଖିଲାଡ଼ି ନାମରେ ପରିଚିତ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ଗତ କିଛି ଦିନ ହେଲା ବହୁତ ଖରାପ ହୋଇପଡ଼ିଛି । ଯେଉଁ କାରଣରୁ ଲଣ୍ଡନରେ ନିଜ ଫିଲ୍ମର ଅଧା ସୁଟିଂ ସାରି ଅକ୍ଷୟ ମୁମ୍ବାଇ ବାହୁଡ଼ି ଆସିଛନ୍ତି । ଖିଲାଡ଼ି କୁମାରଙ୍କ ମା’ ଏବେ ଆଇସିୟୁରେ ରହିଥିବା ଜଣାପଡ଼ିଛି । ଏଭଳି ସମୟରେ ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍ କରି ପରିବାରରେ ଚାଲିଥିବା କଠିନ ସମୟକୁ ପ୍ରଶଂସକଙ୍କ ଆଗରେ ବଖାଣିଛନ୍ତି ।

 

View this post on Instagram

 

A post shared by Akshay Kumar (@akshaykumar)

ଏହାସହ ସେ କହିଛନ୍ତି , “ବହୁତ ବହୁତ ଧନ୍ୟବାଦ ଆପଣମାନେ ମୋ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଲେ । ବର୍ତ୍ତମାନ ମୋ ପରିବାରର କଠିନ ସମୟ ଚାଲିଛି । ଏଭଳି ସମୟରେ ମୋ ପରିବାରକୁ ଆପଣମାନଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି ।” ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅକ୍ଷୟ କୁମାରଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି ଏବଂ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସମୟରେ ଅକ୍ଷୟ ଲଣ୍ଡନରେ ନିଜ ଅପକମିଙ୍ଗ୍ ସିନେମା ‘ସିଣ୍ଡ୍ରେଲା’ ର ସୁଟିଂରେ ବ୍ୟସ୍ତ ଥିଲେ । ଖବର ଶୁଣି ସେ ଘରକୁ ତୁରନ୍ତ ଫେରିଲେ ।