ଆଡ୍ କରି ଅଡୁଆରେ ଅକ୍ଷୟ : ନିରମା ବିଜ୍ଞାପନରେ ମରାଠା ଯୋଦ୍ଧାଙ୍କ ମଜା ଉଡାଇ ବିବାଦରେ ଫସିଲେ ଅଭିନେତା ଅକ୍ଷୟ କୁମାର ,ଦେଖନ୍ତୁ ଭିଡିଓ

321

ବିବାଦ ଜାଲରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପି ପତାକା ଉଡାଇ ଟ୍ରୋଲ୍ ହେଲେ ଏବେ ନିରମା ବିଜ୍ଞାପନ କରି ବିବାଦ ଭିତରକୁ ପଶିଆସିଛନ୍ତି ଖିଲାଡି କୁମାର । ପ୍ରସିଦ୍ଧ ସର୍ଫ ନିରମା ଆଡ୍ ରେ ମରାଠା ଯୋଦ୍ଧା ରୁପରେ ନିଜକୁ ଦେଖାଇ ଏବଂ ମଜା ଉଡାଇ ଏହି ଅଭିନେତା ବିବାଦ ଘେରକୁ ଆସିଛନ୍ତି । ତାଙ୍କ ଉପରେ ଏବେ ଯୋଦ୍ଧାଙ୍କ ମଜା ଉଡାଇବାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

ରିପୋର୍ଟ ମୁତାବକ , ଅଭିନେତାଙ୍କ ବିରୋଧରେ ମୁମ୍ବାଇର ବର୍ଲୀ ପୋଲିସ୍ ଥାନାରେ ଅଭିଯୋଗ ହୋଇଛି । ଯେଉଁଥିରେ ମରାଠା ସଂସ୍କୃତିର ମଜା ଉଡାଇବା ଏବଂ ଲୋକଙ୍କ ଭାବନାର ଥଟ୍ଟା କରିବାର ଅଭିଯୋଗ ଲାଗିଛି । ସୋସିଆଲ୍ ମିଡିଆରେ ଅକ୍ଷୟ ଏନେଇ ଟ୍ରୋଲ୍ ହେବା ସହ ବିଜ୍ଞାପନ ଲୋକମାନେ ତୁଚ୍ଛ ବୋଲି କହିଛନ୍ତି । ବିଜ୍ଞାପନ କମ୍ପାନୀ ନିରମାକୁ ୟୁଜର୍ସ ହ୍ୟାସଟାଗ୍ ବଏକଟ୍ ନିରମା ନାଁ ରେ ଟ୍ୱିଟରରେ ଟ୍ରେଣ୍ଡ୍ କରୁଛନ୍ତି । ଅକ୍ଷୟଙ୍କୁ କ୍ଷମା ମାଗିବାକୁ ବି ଲୋକମାନେ କହିଛନ୍ତି ।