ଖିଲାଡି କୁମାରଙ୍କ ଏ କି ରୂପ ! ହାତରେ ଚୁଡ଼ି , ମଥାରେ ସିନ୍ଦୁର ଆଉ ନାଲି ଶାଢିରେ ନଜର ଆସିଲେ ଅକ୍ଷୟ କୁମାର

571

ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଏବଂ କାହାଣୀକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ୍ ଖିଲାଡି କୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ହାଉସ୍ଫୁଲ୍-୪’ ରିଲିଜ୍ ଅପେକ୍ଷାରେ ଥିବା ବେଳେ ଫିଲ୍ମ ଲକ୍ଷ୍ମୀ ବମ୍ବକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମରେ ସେ ଜଣେ ମହିଳାଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଫିଲ୍ମର ପ୍ରଥମେ ଲୁକ୍ ସାମ୍ନାକୁ ଆସିଛି । ନିଜ ଲୁକକୁ ଟୁଇଟରରେ ସେୟାର କରିଛନ୍ତି ଅକ୍ଷୟ । ସେୟାର କରାଯାଇଥିବା ଫଟୋରେ ଅକ୍ଷୟ ଲାଲ୍ ରଙ୍ଗର ଶାଢ଼ି , ଲାଲ୍ ଚୁଡି ଏବଂ ମୁଣ୍ଡରେ ସିନ୍ଦୁର ଲଗାଇ ମା’ ଦୁର୍ଗାଙ୍କ ଆଗରେ ଠିଆ ହୋଇଥିବାର ଦେଖା ଯାଇଛନ୍ତି ।

ଫଟୋ ସେୟାର କରି ଅକ୍ଷୟ ଲେଖିଛନ୍ତି, ନବରାତ୍ରୀ ଭଳି ପବିତ୍ର ଦିନରେ ମୁଁ ଲକ୍ଷ୍ମୀ ଭାବରେ ନିଜର ଫଟୋ ସେୟାର କରୁଛି । ଏହା ଏକ ଏଭଳି ଚରିତ୍ର ଯାହା ପାଇଁ ମୋ ମନରେ ଉତ୍ସାହ ଓ ଡ଼ର ଉଭୟ ରହିଛି । କିନ୍ତୁ ଜୀବନ ସେତେବେଳେ ଆରମ୍ଭ ହୋଇଥାଏ, ଯେତେବେଳେ ଆପଣଙ୍କ ଆରାମଦାୟକ ଜୀବନ ଶେଷ ହୋଇଥାଏ, ନୁହେଁ କି ? ବୋଲି ଲେଖିଛନ୍ତି ଅକ୍ଷୟ ।