କନକ ବ୍ୟୁରୋ: ଏବେ ଅଭିନେତା ଅକ୍ଷୟ କୁମାରଙ୍କ ଫ୍ୟାନ ପେଜରେ ଭାଇରାଲ ହେଉଛି ତାଙ୍କର ମହାଦେବଙ୍କ ଅବତାର । ଏହି ଭିଡିଓରେ ଅକ୍ଷୟଙ୍କୁ ଲମ୍ବା କେଶକୁ ବାନ୍ଧିବା ସହ ରୁଦ୍ରାକ୍ଷ ମାଳା ପିନ୍ଧିଥିବା ଲୁକରେ ଦେଖିବାକୁ ମିଳିଛି । ଭିଡିଓ ବ୍ୟାକଗ୍ରାଉଣ୍ଡରେ ଶିବ ତାଣ୍ଡବ ସ୍ତୋତ୍ର ଶୁଣିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ବର୍ଷସାରା ଅକ୍ଷୟଙ୍କ ପାଖରେ ରହିଥାଏ ବଡ ବଡ ପ୍ରୋଜେକ୍ଟ, ଯାହାକୁ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରି ରହିଥାଆନ୍ତି ପ୍ରଶଂସକ । ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ କଳାକାରଙ୍କ ମଧ୍ୟରୁ ଅକ୍ଷୟ ସବୁଠୁ ଆଗରେ । ତାଙ୍କର ପ୍ରତିଟି ଫିଲ୍ମରେ ସେ ଭିନ୍ନ ଭିନ୍ନ ରୂପରେ ନଜର ଆସନ୍ତି । ଏବେ ‘ଓ ମାଇଁ ଗଡ୍-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଅକ୍ଷୟ । ଏହି ଫିଲ୍ମରେ ତାଙ୍କର ଲୁକ୍ ଏବେ ନଜରକୁ ଆସିଛି ।

ଏହି ଫିଲ୍ମରେ ମହାଦେବ ଶିବଙ୍କ ରୂପରେ ଦେଖାଦେଇଛନ୍ତି ଅକ୍ଷୟ କୁମାର । ତେବେ ଫ୍ୟାନ୍ ପେଜରେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ଅକ୍ଷୟ ନିଜେ ମଧ୍ୟ ଦେଖିଥିଲେ ଏବଂ ତାଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବାକୁ ଖୁବ ପ୍ରଶଂସା କରିଛନ୍ତି ।