ଖିଲାଡି କୁମାର ନେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଟରଭ୍ୟୁ ! ଦେଖନ୍ତୁ କ’ଣ ପ୍ରଶ୍ନ ପଚାରିଲେ ଅକ୍ଷୟ ।

663

ବଲିଉଡର ଆଗଧାଡିର ତଥା ଜଣାଶୁଣା ଅଭିନେତା ଅକ୍ଷୟ କୁମାର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର୍ କରିଛନ୍ତି । ଏହି ଭିଡିଓରେ ଅକ୍ଷୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓରେ ଅକ୍ଷୟଙ୍କ ସହ ମୋଦିଙ୍କ ସାକ୍ଷାତକାରର ଏକ ଟିଜର ଦେଖିବାକୁ ମିଳିଛି । ଏଥିରେ ଅକ୍ଷୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି । ଅକ୍ଷୟଙ୍କ ମୁତାବକ ଏହାର ସମ୍ପୁର୍ଣ୍ଣ ଭିଡିଓ ବୁଧବାର ସକାଳ ୯ ଟା ବେଳେ ଜାରୀ କରାଯିବ । ଯେଉଁ ଟିଜର ଜାରୀ କରାଯାଇଛି ସେଥିରେ ଅକ୍ଷୟ ମୋଦି ଏବଂ ତାଙ୍କ ମା’ଙ୍କ ବିଷୟରେ ପଚାରୁଛନ୍ତି । ଅକ୍ଷୟ ଫ୍ୟାନ୍ସଙ୍କୁ କହିଛନ୍ତି ଯେ ଏହି ଇଣ୍ଟରଭ୍ୟୁରେ ପିଏମ୍ ଙ୍କ ବିଷୟରେ କିଛି ଅଜଣା କଥା ଜାଣିବାକୁ ମିଳିବ ।

ଭିଡିଓ କ୍ୟାପ୍ସନ୍ ରେ ଅକ୍ଷୟ ଲେଖିଛନ୍ତି ଯେଉଁଠି ପୁରା ଦେଶ ନିର୍ବାଚନ ଏବଂ ରାଜନୀତି ବିଷୟରେ କଥାବାର୍ତ୍ତା ହେଉଛନ୍ତି ଏଥିରେ ଅଳ୍ପ ବିରତି ଲଗାଯାଉ । ଏହି ସମୟରେ ସୌଭାଗ୍ୟ ମିଳିଛି ଯେ ଆମେ ରାଜନୀତିରୁ ବାହାରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହେଉଛୁ । ଏଏନଆଇ ମାଧ୍ୟମରେ ସକାଳ ୯ ଟା ବେଳେ ଏହି ସାକ୍ଷାତକାର ଦେଖନ୍ତୁ ।