କରୋନାରେ ସଂକ୍ରମିତ ଅକ୍ଷୟ କୁମାର, ବାତିଲ କଲେ କାନ୍ସ ଫେଷ୍ଟିଭାଲ ଗସ୍ତ

92

କନକ ବ୍ୟୁରୋ: ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ଅଭିନେତା ନିଜେ ଏକଥା ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଜଣାଇଛନ୍ତି । ନିକଟରେ ହେବାକୁ ଥିବା କାନ୍ସ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ଏଥିରେ ନଜର ଆସିବେ ନାହିଁ । ଏ.ଆର ରେହମୋନ, ଶେଖର କପୁର,  ପୂଜା ହେଗଡେ, ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଭାରତୀୟ ନେତୃମଣ୍ଡଳୀର ପ୍ରତିନିଧିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଷୟ ତାଙ୍କର ଟ୍ୱିଟରେ କହିଛନ୍ତି ଯେ, ସେ  ଅସୁସ୍ଥ ଅଛନ୍ତି । ତେବେ ବର୍ତ୍ତମାନ ସେ ବିଶ୍ରାମ କରିବେ । ସେ କାନ୍ସ ଫେଷ୍ଟିଭାଲକୁ ଯାଉଥିବା ଟିମକୁ ଶୁଭକାମନା ଜଣାଇଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ ତାରିଖରୁ ଆରମ୍ଭ ହେବ । ଅକ୍ଷୟ କହିଛନ୍ତି ଯେ, ସେ କାନ୍ସ ୨୦୨୨କୁ ଯାଉଥିବା ଆମର ସିନେମା ପାଇଁ ଆଗ୍ରହୀ ଥିଲେ । ଏହା ଦୁଃଖଦ ଘଟଣା ଯେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଷୟ କୁମାର ମଧ୍ୟ ତାଙ୍କ ଟ୍ୱିଟରେ କେନ୍ଦଅ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଟ୍ୟାଗ କରିଛନ୍ତି ।