ହସ୍ପିଟାଲରେ ଭର୍ତ୍ତି ହେଲେ ଖିଲାଡି କୁମାର । ଗତକାଲି ଚିହ୍ନଟ ହୋଇଥିଲେ କରୋନା ପଜିଟିଭ୍

Advertisment
ହସ୍ପିଟାଲରେ ଭର୍ତ୍ତି ହେଲେ ଖିଲାଡି କୁମାର । ଗତକାଲି ଚିହ୍ନଟ ହୋଇଥିଲେ କରୋନା ପଜିଟିଭ୍

କୋରୋନାଭାଇରସ୍‌ ପରୀକ୍ଷାରେ ‘ପଜିଟିଭ୍‌’ ଆସିଛନ୍ତି ବୋଲି ରବିବାର ଦିନ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିବା ଅଭିନେତା ଅକ୍ଷୟ କୁମାର ସମ୍ପ୍ରତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରାପ୍ତ ତଥ୍ୟ ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୫ ବେଳେ ତାଙ୍କୁ ମୁମ୍ବାଇର ପୋଓ୍ଵାଇସ୍ଥିତ ହୀରାନନ୍ଦାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଅକ୍ଷୟ କୁମାର ଲେଖିଛନ୍ତି ଯେ, ଡାକ୍ତରୀ ପରାମର୍ଶକ୍ରମେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ନେହଭରା ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଶୁଭେଚ୍ଛା ଓ ପ୍ରାର୍ଥନା କାମ ଦେବା ପରି ମନେହେଉଛି। ମୁଁ ଭଲ ଅଛି। ଆଶା କରେ, ସହସା ଘରକୁ ଫେରିଯିବି।

ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଅକ୍ଷୟ କୁମାର ଲେଖିଥିଲେ, ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ ଯେ, କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ମୁଁ ଆଜି ସକାଳେ ଜାଣିଲି। ସବୁ ନୀତିନିୟମ ମାନି ତୁରନ୍ତ ପୃଥକ୍‌ବାସ ଆରମ୍ଭ କରିଛି। ଗୃହ ସଂଘରୋଧରେ ଥାଇ ଡାକ୍ତରୀ ପରାମର୍ଶ ଲୋଡ଼ିଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ନିଜର ନମୁନା ପରୀକ୍ଷା କରାଇ ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe