ପୁଣି ଥରେ ହୃଦୟ ଜିତିଲେ ବଲିଉଡର ଖିଲାଡି ଅକ୍ଷୟ କୁମାର : ଏସିଡ଼ ପୀଡିତାଙ୍କୁ ସହାୟତା କଲେ ୫ ଲକ୍ଷ ଟଙ୍କା

109

ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାର ସିନେମା ବ୍ୟତୀତ ଦେଶ, ସମାଜ ପାଇଁ କରାଯାଉଥିବା କାମ ପାଇଁ ମଧ୍ୟ ଖବରରେ ରହୁଛନ୍ତି । କିନ୍ତୁ ଅକ୍ଷୟ ଏହି ସମାଜସେବା କାମ ଲାଇମ୍ ଲାଇଟ୍ ରେ ଆସିବା ପାଇଁ କରନ୍ତିନି । ନିକଟରେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲ ତାଙ୍କର ଆର୍ଥିକ ଅସୁବିଧା ବିଷୟରେ ଜଣାଇଲେ । ତାଙ୍କ ପାଖରେ କୈାଣସି ଚାକିରୀ ନାହିଁ, ଯଦ୍ୱାରା ସେ ନିଜର ଘର-ପରିବାରକୁ ପୋଷି ପାରୁନାହାଁନ୍ତି । ଯେତେବେଳେ ଅକ୍ଷୟ କୁମାରଙ୍କୁ ଏହି ବିଷୟରେ ଜଣାପଡିଲା ସେ ଚୁପ୍ ଚାପ୍ ଲକ୍ଷ୍ମୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପଠାଇଦେଲେ । ଯେତେବେଳେ ଏହି ସହାୟତା ବିଷୟରେ ଲକ୍ଷ୍ମୀଙ୍କୁ ପଚରାଗଲା ସେ କହିଲେ, “ ମୁଁ ଏହି ସାହାଯ୍ୟକୁ ଶବ୍ଦରେ ପ୍ରକାଶ କରିପାରିବିନି । ମତେ ଏବେ ଏମିତି ଲାଗୁଛି କି ମୁଁ ଓ ମୋ ଝିଅ ଏକୁଟିଆ ନାହୁଁ ”

ଯେତେବେଳେ ଅକ୍ଷୟଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଗଲା, ତାର ଜବାବ ଦେବାକୁ ସେ ସଂକୋଚ କରୁଥିଲେ । ସେ କହିଲେ, “ମୁଁ ଏକ ଛୋଟ ସହାୟତା କରିଛି କି ସେ ତାଙ୍କ ଝିଅଙ୍କ ଦେଖାରେଖା ଠିକ୍ ରେ କରିପାରନ୍ତୁ । ମେଡାଲ, ଆୱାର୍ଡ ଓ ସାର୍ଟିଫିକେଟ୍ ରେ ପେଟ ଓ ଘର ପରିବାର ଚାଲେନି ।”