ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୧ କୋଟି ଟଙ୍କା ।

Advertisment
ଓଡିଶା ମୋ ପରିବାର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର 

image courtesy -www.sentinelassam.com

କନକ ବ୍ୟୁରୋ : ବାତ୍ୟା ଫୋନିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଓଡିଶା ପାଇଁ ଛୁଟୁଛି ସହାୟତାର ସୁଅ । ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ ।

ତେବେ ଅସୁବିଧା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଅକ୍ଷୟ କୁମାରଙ୍କ ପାଇଁ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ନିକଟରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାରଙ୍କୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ବଲିଉଡର ଏହି ଲୋକପ୍ରିୟ କଳାକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe