ଜନ୍ମଦିନ ଅବସରରେ ଖିଲାଡ଼ି କୁମାର ରିଲିଜ୍ କଲେ ନିଜ ନୂଆ ସିନେମା “ପୃଥ୍ୱୀରାଜ”ର ଟିଜର ! ଭିନ୍ନ ରୂପରେ ନଜର ଆସିବେ ଅକ୍ଷୟ ।

302

ଜନ୍ମଦିନ ଅବସରରେ ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଅପକମିଙ୍ଗ ଫିଲ୍ମ “ପୃଥ୍ୱୀରାଜ”ର ଟିଜର । ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ହିଷ୍ଟୋରିକାଲ୍ ସିନେମାରେ ଅକ୍ଷୟଙ୍କୁ ପୃଥ୍ୱୀରାଜ ଚରିତ୍ରରେ ଦେଖିବାକୁ ମିଳିବ । ନିଜର ଏହି ଟିଜର୍ ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ଅକ୍ଷୟ । ଏହାସହ ଫିଲ୍ମକୁ ନେଇ ସେ ଖୁସି ଜାହିର କରିଛନ୍ତି । “ପୃଥ୍ୱୀରାଜ” ତାଙ୍କର ଆଉ ଏକ ବ୍ଲକବଷ୍ଟର ଫିଲ୍ମ ହେବାକୁ ଯାଉଛି ବୋଲି କହିଛନ୍ତି ଅକ୍ଷୟ କୁମାର୍ ।

 

ଏଠାରେ ସୂଚନା ଥାଉ କି ଅକ୍ଷୟ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ବ୍ୟାଙ୍ଗକକ୍ ଯାଇ, ସେଠାରେ ତାଇକୋଣ୍ଡା ଏବଂ ମାର୍ସିଆଲ ଆର୍ଟରେ ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ । ସେଠାରେ ଜଣେ କୁକ୍ ଭାବେ ମଧ୍ୟ କାମ କରୁଥିଲେ । ଭାରତ ଫେରିବା ପରେ ସେ ମଡେଲିଂରେ ପାଦ ରଖିଥିଲେ । ହେଲେ ଅକ୍ଷୟଙ୍କୁ ପ୍ରଥମେ ଅଭିନୟର ସୁଯୋଗ ମିଳିଲା ୧୯୯୧ ମସିହାର ଫିଲ୍ମ ସୌଗନ୍ଧରେ । ଆଉ ଏହାପରେ ସେ ଆଉ ପଛକୁ ଚାହିଁ ଦେଖି ନାହାଁନ୍ତି । ଏହାପରେ ସେ ବଲିଉଡରେ ଧିରେ ଧିରେ ଖିଲାଡି କୁମାର୍ ଭାବେ ପରିଚିତ ହେଲେ । ଖିଲାଡି ସିରିଜ୍ ଯେପରି ଖିଲାଡି, ମେଁ ଖିଲାଡି ତୁ ଅନାଡି, ସବସେ ବଡା ଖିଲାଡି, ଖିଲାଡିଓଁ କା ଖିଲାଡି, ମିଷ୍ଟର ଆଣ୍ଡ ମିସେସ୍ ଖିଲାଡି, ଇଣ୍ଟରନ୍ୟାସ୍ନାଲ୍ ଖିଲାଡି, ଏବଂ ଖିଲାଡି ୪୨୦ ରେ ଅଭିନୟ କରି ନିଜର ଷ୍ଟଂଟ୍ ଓ ଆକ୍ସନର ଜବରଦସ୍ତ ନମୁନା ପ୍ରଦର୍ଶନ କରିଥିଲେ ଅକ୍ଷୟ । ଆକ୍ସନ୍ ଫିଲ୍ମ ପରେ ପରେ ଧିରେ ଧିରେ କମେଡି ଫିଲ୍ମରେ ପ୍ରବେଶ କଲେ ଅକ୍ଷୟ ।

ଆଜିକାଲି ଅକ୍ଷୟ କୁମାରଙ୍କୁ ଦେଶଭକ୍ତି ସିନେମା ଗୁଡିକରେ ଦେଖିବାକୁ ମିଳୁଛି । ଏକାଧିକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡା ଯାଇଥିଲେ ସୁଦ୍ଧା ଶେଷରେ ସେ ନିଜ ଲେଡି ଲଭ୍ ଭାବେ ପାଇଥିଲେ ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନାଙ୍କୁ । ଅକ୍ଷୟ ୧୭ ଜାନୁୟାରୀ, ୨୦୦୧ରେ ଟ୍ୱିଙ୍କଲଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କ ୨ ଟି ସନ୍ତାନ ମଧ୍ୟ ଅଛନ୍ତି ।