ଅପକମିଂ ଫିଲ୍ମ କେଶରୀର ନୂଆ ପୋଷ୍ଟର ସେୟାର କଲେ ଅକ୍ଷୟ କୁମାର ! ଫିଲ୍ମର କାହାଣୀ କହିଲେ ଖିଲାଡି ଷ୍ଟାର

128

ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଫ୍ୟାନ ମାନଙ୍କ ପାଇଁ ଗଣତନ୍ତ୍ର ଦିବସକୁ ଖାସ୍ କରିଛନ୍ତି । ଅପକମିଂ ଫିଲ୍ମ ‘କେଶରୀ’ର ନୂଆ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ବେଶ ଆକର୍ଷକ ଦେଖାଯାଉଥିବା ବେଳେ ଆଗାମୀ ମାର୍ଚ୍ଚ ୨୧ରେ ଏହି ଫିଲ୍ମ ରିଲିଜ ହେବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । ଅକ୍ଷୟ ଟ୍ୱିଟରରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଲେଖିଛନ୍ତି, ଏହା ଆମର ୭୦ ତମ ଗଣତନ୍ତ୍ର ଦିବସ କିନ୍ତୁ ଦେଶର ରକ୍ଷା ପାଇଁ ଆମର ଯବାନ ମାନେ ବର୍ଷ ବର୍ଷ ଧରି ଲଢି ଆସୁଛନ୍ତି ।


୧୨୨ ବର୍ଷ ପୂର୍ବେ ୨୧ ଜଣ ଶିଖ୍ ୧୦ ହଜାର ଆଫଗାନୀ ଆକ୍ରମଣକାରୀଙ୍କ ସହ ଲଢେଇ କରିଥିଲେ । ସେହିମାନଙ୍କ କାହାଣୀକୁ ନେଇ କେଶରୀ ଫିଲ୍ମ ନିର୍ମାଣ କରାଯାଇଛି । ଏହି ପୋଷ୍ଟରରେ ୨୧ ଜଣ ଶିଖ୍ ସୈନିକ ପିରାମିଡ ଆକାରରେ ବସିଥିବା ବେଳେ ସେମାନଙ୍କ ମଝିରେ ଅକ୍ଷୟ କୁମାର ନାରଙ୍ଗୀ ରଙ୍ଗର ପଗଡି ପିନ୍ଧି ବସିଥିବାର ନଜର ଆସିଛନ୍ତି । ଏହି ଫିଲ୍ମ ସାରାଗଢି ଲଢେଇ ଉପରେ ଆଧାରିତ । ଭାରତୀୟ ସୈନ୍ୟ ଇତିହାସରେ ଏହି ଲଢେଇର ବେଶ ମହତ୍ୱ ରହିଛି । ଏହି ଯୁଦ୍ଧ ୧୮୯୭ ମସିହା ସେପ୍ଟେମ୍ବର ୧୨ରେ ହୋଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ୧୨ ସେପ୍ଟେମ୍ବର ୨୦୧୮ରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା ।