ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଲା ଲକ୍ଷାଧିକ ଟଙ୍କା । ଟଙ୍କା ଜବତ ପରେ ଆୟକର ବିଭାଗର ତଦନ୍ତ ଜାରି ।

Advertisment
ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଲା ଲକ୍ଷାଧିକ ଟଙ୍କା । ଟଙ୍କା ଜବତ ପରେ ଆୟକର ବିଭାଗର ତଦନ୍ତ ଜାରି  ।

କନକବ୍ୟୁରୋ : ନିର୍ବାଚନ ସମୟରେ ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହେଲା ନଗଦ ୭୫ ଲକ୍ଷ ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଦୁଇ ଜଣଙ୍କ ଲଗେଜ୍ରୁ ଏସବୁ ଟଙ୍କା ଜବତ କରାଯାଇଛି । ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଅନ୍ୟ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ ।

ସେମାନେ ସାଙ୍ଗରେ ଆଣିଥିବା ଟ୍ରଲି ବ୍ୟାଗ୍ରେ ଏସବୁ ଟଙ୍କା ଜବତ କରାଯାଇଛି । ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ବ୍ୟାଗ୍ରେ ଟଙ୍କା ଥିବା ଜଣାପଡ଼ିଥିଲା । କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସୁଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଏହି ଟଙ୍କା ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe