କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଆଗକୁ ୩ୟ ଚରଣରେ ପଡିବ ଭୋଟ । ଏହା ଭିତରେ ରାଜ୍ୟରେ ପହଁଚି ଜୋରଦାର ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ରାଏବରେଲୀ ରାଲିରେ ସମାଜବାର୍ଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପି ଉପରେ ବର୍ଷିଛନ୍ତି । ଅଖିଳେଶ କହିଛନ୍ତି ନିର୍ବାଚନ ପର୍ଯ୍ୟନ୍ତ ବିଜେପି କେବଳ ମାଗଣାରେ ରାସନ ଦିଏ । ନିର୍ବାଚନ ସରିଲେ ବିଜେପିର ସମସ୍ତ ପ୍ରତିଶ୍ରୁତି ସରିଯାଏ । ଏଥରକ କ୍ଷମତାକୁ ସପା ଫେରିଲେ ରାଜ୍ୟବାସୀଙ୍କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ମାଗଣାରେ ସୋରିଷ ତେଲ, ଘିଅ ଓ ରୋଷେଇ ଗ୍ୟାସ ଦେବ ବୋଲି ଅଖିଳେଶ କହିଛନ୍ତି । ସେପଟେ ଦେବୀପୁରାରେ ଜନସଭାକୁ ସମ୍ବେ।ଧିତ କରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି ମାର୍ଚ୍ଚ ୧୦ରେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ କରିବ । ଏହି ଦିନଠୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ସମସ୍ତ ରାଜ୍ୟବାସୀଙ୍କୁ ଦଳ ପ୍ରତ୍ୟେକ ହୋଲି ଓ ଦିପାବଳୀରେ ମାଗଣାରେ ରୋଷେଇ ଗ୍ୟାସ ଦେବ ।
ଉତ୍ତରପ୍ରଦେଶ ୩ୟ ଚରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ରୋଷେଇ ତେଲ ସହ ଘିଅ,ଗ୍ୟାସ ସିଲିଣ୍ଡର ଦେବାକୁ ଅଖିଳେଶଙ୍କ ପ୍ରତିଶ୍ରୁତି।
/kanak/media/post_attachments/wp-content/uploads/2022/02/2021_11img11_Nov_2021_PTI11_11_2021_000130B-scaled-e1636878073285.jpg)