କନକ ବ୍ୟୁରୋ : ଗୋଟିଏ ସମୟରେ ସାରା ଦେଶକୁ ଦୋହଲାଇଦେଇଥିବା ଜଙ୍ଗଲ ଦସ୍ୟୁ ବୀରାପାନ ପୁଣି ଏବେ ୟୁପି ନିର୍ବାଚନ ବେଳେ ଚର୍ଚ୍ଚାକୁ ଆସିଛନ୍ତି । ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରି ଜଙ୍ଗଲରୁ ଚନ୍ଦନ କାଠ ଚୋରୀ କରିବା ଅଭିଯୋଗରେ ଶେଷରେ ପୋଲିସ ବୀରାପାନକୁ ଏନକାଉଣ୍ଟର କରିଥିଲା । ଏହାକୁ ୧୪ ବର୍ଷ ବିତିଯାଇଥିଲେ ବି ବୁନ୍ଦେଲଖଣ୍ଡ ଅଞ୍ଚଳରେ ଏବେ ବି ବୀରାପାନ ଓ ତାଙ୍କ ପରିବାର ପ୍ରତି ଲୋଙ୍କର ଭଲପାଇବା ରହିଛି । ବୀରାପାନ ବଞ୍ଚିଥିବା ସମୟରେ ବୁନ୍ଦେଲଖଣ୍ଡ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ସାଂସଦ ନିର୍ବାଚନ ପର୍ଯ୍ୟନ୍ତ ସବୁ ବୀରାପାନଙ୍କ ଇସାରାରେ ହେଉଥିଲା ।
ବୀରାପାନଙ୍କ ମରିବାର ୧୪ ବର୍ଷ ପରେ ବି ଚିତ୍ରକୁଟ ଓ ବ୍ରାନ୍ଦ୍ରା ଅଞ୍ଚଳରେ ରହୁଥିବା କୁରମୀ ସଂପ୍ରଦାୟର ଲୋକେ ତାଙ୍କୁ ଠାକୁର ଭଳି ପୂଜା କରିଥାନ୍ତି । ଏହାକୁ ନଜରରେ ରଖି ଚଳିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବୀରାପାନଙ୍କ ପୁଅ ଓ ଭଣଜାକୁ ଟିକେଟ ଦେଇଛି । ବୀରାପାନଙ୍କ ପୁଅ ବୀରସିଂ ପଟେଲଙ୍କୁ ମାନିକପୁର ବିଧାନସଭା କ୍ଷେତ୍ରରୁ ସମାଜାବଦୀ ପାର୍ଟି ପ୍ରାର୍ଥୀ କରିଥିବା ବେଳେ ଭଣଜା ରାମସିଂ ପଟେଲଙ୍କୁ ପ୍ରତାପଗଡ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ।
କହିରଖୁ କି ବୀରସିଂ ପଟେଲ ଓ ରାମସିଂ ପଟେଲ ୨୦୧୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । ହେଲେ ୨୦୧୭ ନିର୍ବାଚନରେ ଉଭୟ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ଏହି ଦୁଇଟି କ୍ଷେତ୍ରରେ ଫେବୃଆରୀ ୨୭ ତାରିଖରେ ଭୋଟ ଗ୍ରହଣ ହେବ । ସୂଚନା ଥାଉକି, ବୀରସିଂ ପଟେଲ ତାଙ୍କ ପିତା ବୀରାପାନଙ୍କ ମୃତ୍ୟୁ ପରେ କ୍ଷମତା ରାଜନୀତିରେ ପାଦ ଦେଇଥିଲେ । ପ୍ରଥମେ ସେ ଚିତ୍ରକୂଟ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2-4.jpg)