ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଜଣେ ବାବା ବୋଲି ସମ୍ବୋଧନ କଲେ ଅଖିଳେଶ ! କହିଲେ, ଯୋଗୀଙ୍କ ଆଶୀର୍ବାଦରେ ଯୁପିରେ ସପା-ବସପା ଗଢିବେ ସରକାର ।

118

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କୁ କଡା ସମାଲୋଚନା କରିଛନ୍ତି । ଶନିବାର ଇଣ୍ଡିଆ ଟୁଡେର ଏକ କନକ୍ଲେଭରେ ଭାଗ ନେଇଥିଲେ ଅଖିଳେଶ । ଏଥିରେ ରାଜଦୀପ ସରଦେଶାଇଙ୍କ ସହ ଚର୍ଚ୍ଚା କରିବା ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଛନ୍ତି ସପା ମୁଖ୍ୟ ଅଖିଳେଶ । ସେ କହିଛନ୍ତି, ସେ ଖୁସି ଅଟନ୍ତି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଣେ ବାବା ଅଟନ୍ତି । ଏବଂ ଯୋଗୀଙ୍କ ଆଶୀର୍ବାଦରେ ହିଁ ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟ ସରକାର ଗଠନ କରିବ ।

ଅଖିଳେଶ କହିଛନ୍ତି, ଯୋଗୀଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥାଏ । ଯେପରିକି ନବରାତ୍ର ବେଳେ ବୁନ୍ଦି ଲଡୁ ଖାଇବା ଦରକାର, ମାଙ୍କଡକୁ ଘଉଡାଇବା ପାଇଁ ହନୁମାନ ଚାଳିଶା ଜପ କରିହେବ । ଏପରିକି ଯୋଗୀ ହନୁମାନଙ୍କ ଜାତି ମଧ୍ୟ କହିପାରୁଥିବା ଅଖିଳେଶ କହିଛନ୍ତି । ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ଅଖିଳେଶ । ଏପରି ତାଙ୍କ ସମୟରେ ଲାଗୁ ହୋଇଥିବା ଅନେକ ଯୋଜନାକୁ ଯୋଗୀ ସରକାର ବନ୍ଦ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହା ସହ ସେ କହିଛନ୍ତି, ଯୋଗୀଙ୍କ ସରକାରଙ୍କ ବିରୋଧରେ ନାହାନ୍ତି କିମ୍ବା ଯୋଗୀ ତାଙ୍କ ଶତ୍ରୁ ନୁହନ୍ତି । କିନ୍ତୁ ରାଜ୍ୟରେ ଯୋଗ ବିକାଶ କରୁନଥିବା ସେ କହିଛନ୍ତି ।