ଆଉ ଉତ୍ତରପ୍ରଦେଶ ବିଧାନ ସଭାରେ ଦେଖିବାକୁ ମିଳିବେ ନାହିଁ ଅଖିଳେଶ, କରହଲ ବିଧାନସଭାରୁ ଦେଲେ ଇସ୍ତଫା

1,323

କନକ ବ୍ୟୁରୋ : ଚଳିତ ଲୋକସଭା ନିର୍ବାଚନରେ ବିଜେପି ଆଖିରୁ ନିଦ ହଜାଇ ଦେଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି କରହଲ ବିଧାନସଭା କ୍ଷେତ୍ରର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ଏବେ କନୌଜ ଲୋକସଭା କ୍ଷେତ୍ରରୁ ପ୍ରତିନଧୀତ୍ୱ କରିବେ । ଅଖିଳେଶଙ୍କ ବ୍ୟତୀତ ଫୈଜାବାଦ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସମାଜବାଦୀ ପାର୍ଟିର ବିଧାୟକ ଅବଧେଶ ପ୍ରସାଦ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

୨୦୨୨ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ କରହଲ ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟର ହୋଇଥିଲେ । ହେଲେ ୨୦୨୪ ଲୋକସଭା ନିର୍ବାଚନରେ ସେ କନୌଜ ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ କରହଲ ବିଧାନସଭା କ୍ଷେତ୍ରରୁ ଇସ୍ତଫା ଦେଇଛନ୍ତି । ଏବେ ଅଖିଳେଶଙ୍କ ଇସ୍ତଫା ପରେ କରହଲ ଆସନରେ ନିର୍ବାଚନ ହେବ । ହେଲେ ସମାଜବାଦୀ ପାର୍ଟି କହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ ।

ଓୂତ୍ର ସୂଚନା ମୁତାବକ ସମାଜବାଦୀ ପାର୍ଟି କରହଲ ଆସନରୁ ପ୍ରତାପ ଯାଦବଙ୍କୁ ପ୍ରାର୍ଥୀ କରିପାରେ । ପ୍ରତାପ ଯାଦବ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଜ୍ୱାଇଁ । ପ୍ରତାପ ଯାଦବ ଏହା ପୂର୍ବରୁ ମଧ୍ୟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଫୈଜାବାଦ ଲୋକସଭା ଆସନରୁ ଅବଧେଓ ପ୍ରସାଦ ନିର୍ବାଚନ ଜିତିବା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ମିଲ୍ଲକିପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।