କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟରେ ଫାଟ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତାନ୍ତର, ମନାନ୍ତର ଦିନକୁ ଦିନ ବଢି ଚାଲିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।

Advertisment

ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଖିଳେଶ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯେଉଁ ସମୟରେ ଦଳକୁ ଦାୟିତ୍ୱ ନେବାର ଥିଲା ସେତେବେଳେ ସେମାନେ ପଛଘୁଞ୍ଚା ଦେଇଥିଲେ । ସ୍ୱାଧିନତା ପରଠାରୁ ଜାତିଗତ ଜନଗଣନା ପାଇଁ ଦାବି ହୋଇ ଆସୁଥିବା ବେଳେ କଂଗ୍ରେସ ସେତେବେଳେ ଏହାକୁ ଗୁରୁତ୍ୱ ଦେଇ ନଥିଲା । ହେଲେ ଏବେ କଂଗ୍ରେସ ପାରମ୍ପରିକ ଭୋଟ ହାତେଇବା ପାଇଁ ଦଳିତ ଓ ପଛୁଆ ବର୍ଗଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ବୋଲି ଅଖିଳେଶ ଯାଦବ କହିଛନ୍ତି । କଂଗ୍ରେସକୁ ଅଖିଳେଶଙ୍କ ଏଭଳି ସିଧାସଳଖ ଆକ୍ଷେପ ଇଣ୍ଡିଆ ମେଣ୍ଟର ଫାଟକୁ ଦର୍ଶାଉଛି । କେବଳ ସେତିକି ନୁହେଁ ଅଖିଳେଶ ସାମ୍ବାଦିକଙ୍କ ଇଣ୍ଡିଆ ମେଣ୍ଟ ସମ୍ପର୍କିତ ପ୍ରଶ୍ନକୁ ବି ଏଡାଇ ଯାଇଛନ୍ତି ।