ଲୋକସଭା ନିର୍ବାଚନ ଲଢି ନପାରନ୍ତି ମାୟାବତୀ-ଅଖିଳେଶ? ଜାଣନ୍ତୁ କଣ ରହିଛି କାରଣ

ଉତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ହୋଇଛି ମେଂଟ

267

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀ ଚଳିତ ଲୋକସଭା ନିର୍ବାଚନ ଲଢି ନପାରନ୍ତି । ପ୍ରଚାରରେ ବ୍ୟସ୍ତ ରହିବାକୁ ଯୋଗୁଁ ଉଭୟ ନେତା ନିର୍ବାଚନ ନ ଲଢିବା ସମ୍ଭାବନା ରହିଛି । ଅଖିଳେଶ ଲଢୁଥିବା ୟୁପିର କନୌଜ ଆସନରୁ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଲଢିବା ନେଇ ନିଜେ ଅଖିଳେଶ ଘୋଷଣା କରିସାରିଛନ୍ତି । ତେଣୁ ଆଶା କରାଯାଉଥିଲା, ସମାଜବାଦୀ ପାର୍ଟିର ଗଡ ଆଜମଗଡରୁ ନିର୍ବାଚନ ଲଢିପାରନ୍ତି ଅଖିଳେଶ ।

ବର୍ତ୍ତମାନ ଏଠାରୁ ସାଂସଦ ଥିଲେ ମୁଲାୟମ ସିଂହ ଯାଦବ । ସେହିଭଳି ବିଏସପି ନେତ୍ରୀ ମାୟବତୀ ବି ଆମ୍ବେଦକର ନଗର କିମ୍ବା ଅନ୍ୟ ଆସନରୁ ଲଢିବା ଚର୍ଚ୍ଚା ହେଉଥିଲା । କିନ୍ତୁ ପ୍ରଚାରରେ ବ୍ୟସ୍ତତା କାରଣରୁ ସେ ନିର୍ବାଚନ ଲଢିନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶର ବିଜେପିର ବିଜୟରଥକୁ ରୋକିବାକୁ ମାୟବାତୀଙ୍କ ବିଏସପି-ଅଖିଳେଶଙ୍କ ସମାଜବାଦୀ ପାର୍ଟି ମେଂଟ କରି ନିର୍ବାଚନ ଲଢୁଛନ୍ତି ।

ଏଥରେ ସାମିଲ ହୋଇଛି ଅଜିତ ସିଂଙ୍କ ଆରଏଲଡି । ଉଭୟ ନେତା ରାଜ୍ୟରେ ୧୧ଟି ମିଳିତ ରାଲି କରିବେ । ଏହାଛଡା ଅନ୍ୟ ସ୍ଥାନରେ ବି ଅଲଗା ଅଲଗା ପ୍ରଚାରରେ ବ୍ୟସ୍ତ ରହିବେ ଅଖିଳେଶ ଓ ମାୟାବତୀ । ତେବେ ନିର୍ବାଚନ ନ ଲଢିବା ନେଇ ଔପଚାରିକ ଘୋଷଣା ହୋଇନାହିାଁ