ବୟାନ ବଢାଇଲା ଅଡୁଆ: ଜିନ୍ନାଙ୍କୁ, ଗାନ୍ଧୀ ନେହେରୁ ଓ ପଟେଲଙ୍କ ସହ ତୁଳନା କରି ବିବାଦରେ ଅଖିଳେଷ ଯାଦବ

123

କନକ ବ୍ୟୁରୋ: ବୟାନ ବଢାଇଲା ଅଡୁଆ । ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ । ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ସ୍ୱାଧିନତା ସଂଗ୍ରାମୀ କହିବା ସହ ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ ଓ ସର୍ଦାର ବଲ୍ଲବ ଭାଇ ପଟେଲଙ୍କ ସହ ତୁଳାନା କରିବା ସପା ନେତାଙ୍କୁ ମହଙ୍ଗା ପଡିଛି । ଅଖିଳେଶଙ୍କ ଏହି ବୟାନକୁ ନେଇ ଉତର ପ୍ରଦେଶରେ ରାଜନୀତି ଜୋର ଧରିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି ।

ପାକିସ୍ତାନର ଜନକ କୁହାଯାଉଥିବା ମହମ୍ମଦ ଅଲି ଜିନ୍ନାକୁ ମହତ୍ମା ଗାନ୍ଧୀ ଏବଂ ସରାଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଲନା କରି ବିବାଦରେ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ । ରବିବାର ଉତର ପ୍ରଦେଶରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ମହାତ୍ମା ଗାନ୍ଧୀ ଓ ସରଦାର ବଲ୍ଲଭ ଭାଇ ପଟେଲଙ୍କ ପରି ଜିନ୍ନା ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ । ଯାହାକୁ ନେଇ ଏବେ ୟୁପି ରାଜନୀତି ଜୋର ଧରିଛି । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଲେଶ ଯାଦବକୁ ସମାଲୋଚନା କରିଛନ୍ତି । ଦେଶର ଏକତାର ପ୍ରତୀକ କୁହାଯାଉଥିବା ସରଦାର ବଲ୍ଲଭ ଭାଇ ପଟେଲଙ୍କୁ ଜିନ୍ନା ସହ ତୁଳନା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ବର୍ଷ ଉତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଏବେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଲାଗି ପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହାରି ଭିତରେ ସମାଜବାଦୀ ପାର୍ଟି ନେତା ଅଖିିଲେଷ ଯାଦବଙ୍କ ବିବାଦୀୟ ବୟାନ ବିରୋଧିଙ୍କୁ ସୁଯୋଗ ଦେଇଛି ତାଙ୍କୁ ସମାଲୋଚନା କରିବା ପାଇଁ ।

ଆସନ୍ତା ୨୦୨୨ ରେ ହେବାକୁ ଥିବା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଲ ପ୍ରସ୍ତୁତ ହେଉଥିବା ବେଳେ ସପା ନେତା ଅଖିଲେଶ ଯାଦବ ଏଥବ ନିର୍ବାଚନ ଲଢିବନି ବୋଲି ଘୋଷଣା କରିଛନ୍ତି । ବର୍ତମାନ ଆଜମଗଡ ସଂସଦୀୟ ସିଟରୁ ଲୋକସଭା ସଦସ୍ୟ ଥିବା ଅଖିଲେଶ ଲଢିବା ପରିବର୍ତେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି ।