କନକ ବ୍ୟୁରୋ: ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଲୋକସଭା ନିର୍ବାଚନ ଲଢିବା ଆଲୋଚନା ଉପରେ ବିରାମ ଲାଗିଛି । କାରଣ ଅଖିଳେଶଙ୍କ ନିର୍ବାଚନ କ୍ଷେତ୍ର କନ୍ନୌଜରୁ ସେ ନିର୍ବାଚନ ଲଢିବା କଥା ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ତାଙ୍କ ଜାଗାରେ ନିର୍ବାଚନ ଲଢିବେ ପୁତୁରା ତେଜ୍ ପ୍ରତାପ ଯାଦବ । ଏଯାଏଁ ସମାଜବାଦୀ ପାର୍ଟି ୫ ଯାଦବଙ୍କୁ ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇଛି । ସମସ୍ତେ ମୁଲାୟମ ସିଂଙ୍କ ପରିବାରର ସଦସ୍ୟ । ଡିମ୍ପଲ ଯାଦବଙ୍କୁ ମୈନପୁର ଆସନ ମିଳିଥିବାବେଳେ ଅକ୍ଷୟ ଯାଦବଙ୍କୁ ଫିରୋଜାବାଦ , ଆଦିତ୍ୟ ଯାଦବଙ୍କୁ ବଦାୟୁଁ , ଧର୍ମେନ୍ଦ୍ର ଯାଦବଙ୍କୁ ଆଜମଗଡ ଓ ତେଜ ପ୍ରତାପଙ୍କୁ କନ୍ନୌଜ ଆସନ ମିଳିଛି ।
ମୁଲାୟମ ସିଂଙ୍କ ନାତି ତେଜ ପ୍ରତାପଙ୍କ ଜନ୍ମ ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ସୈଫଇ ଗାଁରେ । ସେ ନୋଇଡା ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠ ପଢା ଶେଷ ପରେ ଏ ଏମିଟି ବିଶ୍ୱବିଦ୍ୟାଳୟ, ନୋଇଡାରୁ ବିକମ୍ ପାସ୍ କରିଥିଲେ । ଏହାପରେ ସେ ଲଣ୍ଡନର ଲିଡ୍ସ ବିଶ୍ୱବିଦ୍ୟାଳୟରୁ ଏମଏସସି ଶେଷ କରିଥିଲେ । ସେ ୨୦୧୪ରେ ଲୋକସଭା ଉପନିର୍ବାଚନରେ ମୈନପୁରୀ ଆସନରୁ ପାଖାପାଖି ୩ ଲକ୍ଷ ୧୨ ହଜାର ଭୋଟରେ ବିଜୟୀ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/tej.webp)