ୟୁପି ବିଧାନସଭା ନିର୍ବାଚନରେ କରହଲ ଆସନରୁ ଲଢିବେ ଅଖିଳେଶ: ଜାଣନ୍ତୁ କାହିଁକି ବାଛିଲେ ଏହି ଆସନ…

153

କନକ ବ୍ୟୁରୋ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ମେନପୁରୀର ବିଧାନସଭା ଆସନ କରହଲରୁ ନିର୍ବାଚନ ଲଢିବେ । ପ୍ରଥମ ଥର ପାଇଁ ଅଖିଳେଶ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ବାପା ମୁଲାୟମ ସିଂ ଯାଦବଙ୍କ କର୍ମଭୂମିରୁ ସେ ନିର୍ବାଚନ ଲଢିବା ନେଇ ଘୋଷଣା କରିିଛନ୍ତି । ୩ ଦଶନ୍ଧୀ ଧରି ଏହି ଆସନ ସମାଜବାଦୀ ପାର୍ଟି ଅକ୍ତିଆରରେ ଥିବାରୁ ଜିତିବା ସହଜ ହେବ ବୋଲି ଆଶଙ୍କା କରାଯାଉଛି । ଏହାସହ ସେ କହିଛନ୍ତି, ପୁଣି ଥରେ କ୍ଷମତକୁ ଆସିଲେ ୩୦୦ୟୁନିଟ୍ ଯାଏଁ ବିଜୁଳୀ ଛାଡ଼ ଓ ଚାଷୀଙ୍କ ପାଇଁ ମାଗଣା ବିଜୁଳି ଦିଆଯିବ ।

କରହଲ ବିଧାନସଭା ଆସନରେ ସମାଜବାଦୀ ପାର୍ଟିର ଦବଦବା ରହି ଆସିଛି । ୧୯୯୩ ମସିହାରୁ ସମାଜବାଦୀ ପାର୍ଟି ଲଗାତାର ଭାବରେ ଏଠି ଜିତି ଆସୁଛି । କେବଳ ୨୦୦୨ ଓ ୨୦୦୭ରେ ଏଠାରେ ବିଜେପି ବିଜୟୀ ହୋଇଥିଲା । କରହଲ ବିଧାନସଭା ମେନପୁରୀ ଜିଲ୍ଲାରେ ରହିଛି ଯାହାକୁ ଯାଦବ ପରିବାରର ଗଡ ବୋଲି କୁହାଯାଏ । ତେଣୁ କର୍ମକର୍ତ୍ତାମାନେ ଆଶା ରଖିଛନ୍ତି ଯେ ଅଖିଳେଶ ଏଠାରୁ ବିଜୟୀ ହେବେ ।