ପ୍ରିୟଙ୍କାଙ୍କ ପରେ ଅଖିଳେଶଙ୍କୁ ଅଟକାଇଲା ପୁଲିସ : ପ୍ରତିବାଦରେ ଧାରଣାରେ ବସିଲେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ

422

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ହିଂସକାଣ୍ଡକୁ ନେଇ ତେଜୁଛି ରାଜନୀତି । ପ୍ରିୟଙ୍କ ଗାନ୍ଧୀ ଭଡ୍ରାଙ୍କ ପରେ ଅଖିଳେଶ ଯାଦବଙ୍କୁ ଅଟକାଇଲା ପୋଲିସ । ଅଖିଳେଶ ଯାଦବଙ୍କ ଘର ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ତାଙ୍କୁ ଗୃହ ବନ୍ଦୀ କରି ରଖାଯାଇଥିବା ସୂଚନା ମିଳିଥିଲା । ଏହା ପରେ ଶତାଧିକ ସାମଜବାଦୀ ପାର୍ଟି କର୍ମୀ ଅଖିଳେଶଙ୍କ ଘର ବାହାରେ ଏକାଠି ହୋଇଥିଲେ । ଏହା ପରେ ଅଖିଳେଶ ଯାଦବ ଘରୁ ବାହାରକୁ ଆସିଥିଲେ । କାର୍ଯ୍ୟକର୍ତାଙ୍କ ଗହଣରେ କ୍ଷେରୀ ଯିବାକୁ ବାହାରିଥିବା ବେଳେ ଅଟକାଇଥିଲା ପୋଲିସ ।

ଏହା ପରେ ଅଖିଳେଶ ଧାରଣାରେ ବସିଛନ୍ତି । ଅଖିଳେଶ କହିଛନ୍ତି, ବିଜେପି ସରକାର କୃଷକଙ୍କ ସହ ଅନ୍ୟାୟ କରୁଛି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଓ ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହା ସହ ମୃତକ କୃଷକଙ୍କ ପରିବାରକୁ ଦୁଇ କୋଟି ଟଙ୍କା ସହ ସରକାରୀ ଚାକିରି ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ସମୟରେ ଅଖିଳେଶ ଯାଦବଙ୍କ ଘର ବାହାରେ ଥିବା ପୋଲିସ ଗାଡିରେ ନିଆଁ ଲଗାଇ ଦିଆଯାଇଛି । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ପଂଜାବ ଉପମୁଖ୍ୟନ୍ତ୍ରୀଙ୍କୁ ଲକ୍ଷ୍ମୀପୁର ଯିବା ପାଇଁ ଅନୁମତି ମିଳିନାହିଁ । ତାଙ୍କ ବିମାନ ଅବତରଣ କରିବା ପାଇଁ ଅନୁମତି ଦିଆଯାଇନାହିଁ ।