ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଲେ ସପା ନେତା ଅଖିଳେଶ ଯାଦବ । କହିଲେ ଇଭିଏମ ହଟାଅ, ସରକାର ବନାଅ

112

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ହେଉ କି ଲୋକସଭା, ନିର୍ବାଚନ ଆସିଲେ ବିରୋଧୀ ଇଭିଏମ ପ୍ରସଙ୍ଗ ଉଠାଇବା ଆଜିକାଲି ନେତାଙ୍କ ପାଇଁ ଏକ ଫ୍ୟାସନ ହୋଇଯାଇଛି । ଜିତିଲେ ଠିକ୍ ଅଛି, କିନ୍ତୁ ହାରିଲେ ପ୍ରଥମେ ଇଭିଏମରେ ଜାଲିଆତି ନେଇ ନେତାମାନେ ପ୍ରଥମେ ଗଣମାଧ୍ୟମରେ କହିଚାଲନ୍ତି । ହେଲେ ଇଭିଏମ ଟେଷ୍ଟିଂ କଥା ଉଠିଲେ ସମସ୍ତେ ପଛଘୁଞ୍ଚା ଦିଅନ୍ତି ।

୨୦୨୨ ରେ ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି କି ଯଦି ଇଭିଏମକୁ ବାଦଦେଇ ବେଲେଟ୍ ପେପରରେ ଭୋଟ ହେବ ତେବେ ୟୁପି ସପା ସରକାର କରିବା ନିଶ୍ଚିନ୍ତ । ଅଖିଳେଶ କହିଛନ୍ତି କି ଆମେରିକା ଭଳି ଦେଶରେ ଭୋଟଦାନ ପାଇଁ ଇଭିଏମ ବ୍ୟବହାର କରୁଥିବା ବେଳେ ଭାରତରେ ଇଭିଏମ ବ୍ୟବହାର କରିବା ପଛରେ କଣ ରହିଛି ରହସ୍ୟ ।

ଅନ୍ୟପଟେ ଲକ୍ଷ୍ନୌ ଠାରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅଭିଯୋଗ ଆଣି କହିଛନ୍ତି କି ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚିତ ହୋଇ ଆସିଛନ୍ତି ସେଠାରେ ଚାଲିଛି କଣ ? ନିଜେ ମୁଖ୍ୟମନ୍ତ୍ରୀ ଗସ୍ତ କରି ଫେରିବା ପରେ ପୁଣି ସେଠାରେ ହତ୍ୟା ହେଉଛି । ଯେଉଁ ପୋଲିସ ଉପରେ ଭରଶା କରି ଲୋକମାନେ ଜୀବନ ଜୀବିକା ନିର୍ବାହ କରୁଛନ୍ତି ସେହିମାନେ ହିଁ ହତ୍ୟା କରୁଛନ୍ତି ଓ ସରକାରଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଫେରାର୍ ହୋଇ ଯାଉଛନ୍ତି । ଅଭିଯୁକ୍ତ ପୋଲିସ ଫେରାର ହେବା ପଛରେ ସରକାରଙ୍କର ହାତ ଥିବା ଅଖିଳେଶ ଅଭିଯୋଗ କରିଛନ୍ତି । ଯେଉଁ ପୋଲିସ ବିଜେପି ନିର୍ବାଚନ ଜିତିବାରେ ସହାୟକ ହେଉଛି ସେହି ପୋଲିସ ଠାରୁ ଲୋକେ ନ୍ୟାୟ ଆଶା କରିବା ଭୂଲ ବୋଲି ସେ କହିଛନ୍ତି ।