ଭୁବନେଶ୍ୱରରେ ଅଖିଳ ଭାରତୀୟ କୃଷକ ସଂଗଠନର ରେଳରୋକ: ଷ୍ଟେସନରେ ଫସି ରହିଛନ୍ତି ଆନ୍ଧ୍ରକୁ ବିଇଡି ପରୀକ୍ଷା ଦେବାକୁ ଯାଉଥିବା ଶହ ଶହ ପିଲା

Advertisment
ଭୁବନେଶ୍ୱରରେ ଅଖିଳ ଭାରତୀୟ କୃଷକ ସଂଗଠନର ରେଳରୋକ: ଷ୍ଟେସନରେ ଫସି ରହିଛନ୍ତି ଆନ୍ଧ୍ରକୁ ବିଇଡି ପରୀକ୍ଷା ଦେବାକୁ ଯାଉଥିବା ଶହ ଶହ ପିଲା

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱର ରେଳ ଷ୍ଟେସନରେ ବାମଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ ଷ୍ଟେସନରେ ବହୁ ଦୂରଗାମୀ ଟ୍ରେନ୍ଗୁଡ଼ିକ ଅଟକି ରହିଛି। ଏଥିସହିତ ଗୁଣପୁର ଓଭର ବ୍ରିଜରେ ସିପିଆଇ(ଏମ୍) ପକ୍ଷରୁ ବନ୍ଦ ପାଳନ କରାଯାଇ ରାସ୍ତାରୋକ ଜାରି ରହିଛି। ଫଳରେ ରାଜପଥରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।

ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। କିନ୍ତୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକା ଜାମ୍ ହେବ ବୋଲି ଜଣାଯାଇଛି। ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦକୁ କଂଗ୍ରେସ, ଡିଏମ୍କେ, ଏନ୍ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍ ଆଦ୍ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe