ନିଶା ପାଇଁ ଛାଡିଦେଲେ ପେଶା: ପରିଣତ ବୟସରେ ସଂଗ୍ରହ କରିଛନ୍ତି ବିଲୁପ୍ତ ସାମଗ୍ରୀ, କରିଛନ୍ତି ମ୍ୟୁଜିୟମ

177

କନକ ବ୍ୟୁରୋ: ପେସାରେ ଜଣେ ଇଞ୍ଜିନିୟର ହେଲେ ନିଶା ତାଙ୍କର ବିଭିନ୍ନ ଦୁର୍ଲଭ ଓ ବିଲୁପ୍ତ ପ୍ରାୟ ସାମଗ୍ରୀକୁ ସଂଗ୍ରହ କରିିବା । ଏହି ସଂଗ୍ରହ ନିଶା ପାଇଁ ସେ ଇଂଜିନିୟରିଂ ଚାକିରି ଛାଡିଲେ, ଏବେବି ପରିଣତ ବୟସରେ ପୁରୁଣା ସାମଗ୍ରୀକୁ ସାଇତି ରଖିବା ନିଶାରେ ମସଗୁଲ ।

ଖୋର୍ଦ୍ଧା ବୋଲଗଡ ଅଂଚଳର ଦାସିଆ ଅଜା ଇଂଜିନିୟର ଅକ୍ଷୟ ପଟ୍ଟନାୟକ । ବିଲୁପ୍ତ ପ୍ରାୟ ସାମଗ୍ରୀକୁ ସଂରକ୍ଷଣ କରି ରଖିବା ଓ ସମାଜସେବା ପାଇଁ ଇଂଜିନିୟରିଂ ଚାକିରିକୁ ଛି କରିଥିବା ମଣିଷ । ନିଶା ପାଇଁ ପେଶାକୁ ଛାଡି ରାଜନୀତିରେ ପ୍ରବେଶ କରିଥିଲେ ଅକ୍ଷୟ । ବୋଲଗଡର ଚେୟାରମ୍ୟାନ ପରେ ସ୍ୱାଧିନ ଭାବରେ ବିଧାୟକ ପାଇଁ ନିର୍ବାଚନ ଲଢିଥିଲେ । ହେଲେ ସେ ସବୁ କିଛି ବର୍ଷ ପାଇଁ । ଯେବେ ଜୁଆଡେ ଯାଆନ୍ତି ସେଠୁ ଯାହା ପାଆନ୍ତି ତାକୁ କିଣି ଆଣି ଘନଶ୍ୟାମ ପିଣ୍ଡିକି ଶ୍ରିଚନ୍ଦନ ସଂଗ୍ରାହଳୟରେ ସାଇତି ରଖନ୍ତି ।

ଅକ୍ଷୟଙ୍କ ସଂଗ୍ରହାଳୟରେ ୨୯ଟି ବିଭାଗର ୧୬ ହଜାରରୁ ଅଧିକ ସାମଗ୍ରୀ ରହିଛି । ରାଜ୍ୟ ଓ ଦେଶ ବିଦେଶରୁ ସଂଗ୍ରହ ହୋଇଛି ଏସବୁ ସାମଗ୍ରୀ । ୭୦୦ ପ୍ରକାର ରେଡିଓ, ଗ୍ରାମଫୋନ, ଲାଇଟ, ଚରଖା, ଟାଇପ ମେସିନ, ରେଫ୍ରିଜେଟର, ଟିଭି, ଟେଲିଫୋନ, କ୍ୟାମେରା, ପୋଥି, ବାଦ୍ୟ ଯନ୍ତ୍ର, ବିଭିନ୍ନ ପ୍ରକାର ମାଟି ପାତ୍ର, ପୋଷ୍ଟ କାର୍ଡ, ଡାକ ଟିକଟ, ପୁରୁଣା ଗାଡି ମୁଦ୍ରା ଆଦି ଅନେକ ସାମଗ୍ରୀ ।

ଅକ୍ଷୟଙ୍କ ଦ୍ୱାରା ନିର୍ମିତ ସଂଗ୍ରହାଳୟକୁ ଅନେକ ପ୍ରଶାସନିକ ଅଧିକାରୀ, ନେତାମନ୍ତ୍ରୀ ବୁଲି ଦେଖିଛନ୍ତି । କିନ୍ତୁ କେହି କେବେ ଏହାର ସ୍ଥାୟିତ୍ୱ କଥା ଚିନ୍ତା କରିନାହାନ୍ତି । ଭଡା ଘରେ ଚାଲିଥିବା ସଂଗ୍ରହାଳୟ ପାଇଁ ସ୍ଥାୟି ଗୃହ, ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ବହୁ ପର୍ଯ୍ୟଟକ ଏସବୁ ଦୁର୍ଲଭ ଜିନିଷ ଦେଖିବାର ସୁଯୋଗ ପାଆନ୍ତେ ।