ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ : ଆଜିଠାରୁ କେବଳ ସେବାୟତ ଓ ତାଙ୍କ ପରିବାରକୁ ଦର୍ଶନ ଅନୁମତି

ଜାନୁଆରୀ ୩ରୁ ଭକ୍ତ କରିପାରିବେ ପ୍ରବେଶ; ମୁଣ୍ଡନ ବନ୍ଦ

95

କନକ ବ୍ୟୁରୋ : ଆଜିଠୁ ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ । କରୋନା କଟକଣା ମଧ୍ୟରେ ଆଜି ଓ ଆସନ୍ତାକାଲି ସେବାୟତ ଓ ସେବାୟତଙ୍କ ପରିବାର ଠାକୁରଙ୍କ ଦର୍ଶନ କରିପାରିବେ । ୩୦ ଓ ୩୧ ତାରିଖରେ ଆଖପାଖ ୪ଟି ପଂଚାୟତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁରର ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିବ । ତେବେ ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ହୋଇପାରିବ ନାହିଁ ।

ଜାନୁଆରୀ ୩ ତାରିଖରେ ସମସ୍ତଙ୍କ ପାଇଁ ଦର୍ଶନ ଅନୁମତି ଦେଇଛି ପ୍ରଶାସନ । ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡ ମାଧ୍ୟମରେ ଦକ୍ଷିଣଦ୍ୱାରବାଟେ ମନ୍ଦିରକୁ ପ୍ରବେଶ କରି ଠାକୁର ଦର୍ଶନ କରିବା ପରେ ପୂର୍ବ ଓ ପଶ୍ଚିମଦ୍ୱାର ଦେଇ ପ୍ରସ୍ତାନ କରିବେ । ଠାକୁରଙ୍କ ପହଡନୀତି ପାଇଁ ଦିନ ସାଢେ ଗୋଟାଏରୁ ୨ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ । କାଶ, କଫ ଓ ଥଣ୍ଡା ଜ୍ୱର ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ମନ୍ଦିର ପରିସର ଓ କିମ୍ବା ବାହାରେ ଚୁଟି ମଣ୍ଡନ ବନ୍ଦ ରହିବ ।