ଭଦ୍ରକ ଆରଡିରେ ଜାଗର ଯାତ୍ରା ମନା : ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଶିବରାତ୍ରୀ ପାଇଁ ଲାଗିଲା କଟକଣା

୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଆରଡି ଲାଗୁ ହେବ ୧୪୪

197

କନକ ବ୍ୟୁରୋ : ବିନା ଭକ୍ତରେ ଆରଡିରେ ହେବ ଜାଗର ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡେ । ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡିବ । ବିନା ଭକ୍ତରେ କେବଳ ଶିବରାତ୍ରୀର ନୀତିକାନ୍ତି କରାଯିବ । ଭୋର ସାଢେ ୪ଟା ବେଳେ ମହାଦୀପ ଉଠିବ । ଜାଗରର ଗୋଟିଏ ଦିନ ଆଗରୁ ଆରଡିରେ ୧୪୪ ଧାରା ଜାରି କରାଯିବ । ବାବା ଆଖଣ୍ଡଳମଣିଙ୍କ ପୀଠରେ ୧୦ ତାରିଖ ସକାଳ ୭ଟାରୁ ୧୨ ତାରଖି ସକାଳ ୭ଟା ଯାଏଁ ୧୪୪ ଧାରା ବଳବତର ରହିବ । କରୋନା କଟକଣା ଭିତରେ ଜାଗର ଯାତ୍ରା ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।