ଚାନ୍ଦିପୁର ଘାଟିରେ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଗୋଟିଏ ମାଡ଼ରେ ଶତ୍ରୁକୁ କରିବ ନିପାତ ।

151

କନକ ବ୍ୟୁରୋ :  ଆଜି ବାଲେଶ୍ୱରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଅପରାହ୍ଣ ସାଢେ ୪ଟା ବେଳେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ଏକ ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଫଳତାର ସହ ଧ୍ବଂସ କରିଦେଇଥିଲା । ଆକାଶ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ କୁହାଯାଉଥିବା ଆକାଶ ପ୍ରାଇମର ଏକା ପ୍ରଥମ ପରୀକ୍ଷଣ ।