ସ୍କାଏ କିଙ୍ଗ ଠକେଇ ଘଟଣାର ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଶେଷ : କୋର୍ଟରେ ହାଜର ପରେ ଗଲେ ଜେଲ; ଆକାଶ କହିଲେ ପୋଲିସ ଆଗରେ କିଛି ମାନି ନାହାନ୍ତି

ସ୍କାଏ କିଙ୍ଗ ଠକେଇ ଘଟଣାର ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଶେଷ : କୋର୍ଟରେ ହାଜର ପରେ ଗଲେ ଜେଲ; ଆକାଶ କହିଲେ ପୋଲିସ ଆଗରେ କିଛି ମାନି ନାହାନ୍ତି

କନକ ବ୍ୟୁରୋ : ସ୍କାଏ କିଙ୍ଗ ଠକେଇ ଘଟଣାରେ ଆକାଶ ପାଠକ ରିମାଣ୍ଡ ଅବଧି ଶେଷ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ଖାରବେଳନଗର ଥାନା ପୁଲିସ । କୋର୍ଟରୁ ହାଜର ହୋଇ ଫେରିବା ବେଳେ ଆକାଶ କହିଛନ୍ତି ସେ ପୋଲିସ ଆଗରେ କିଛି ମାନି ନାହାନ୍ତି ।

ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲା କମିସନରେଟ ପୁଲିସ । ଯେଉଁ ଉଦେଶ୍ୟରେ ଆକାଶଙ୍କୁ ନେଇଥିଲେ ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି ଗତକାଲି କହିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ମାମଲାର ତଦନ୍ତ ଅଗ୍ରସର ହୋଇଛି । ଖୁବ ଶୀଘ୍ର କେସଟି ନିର୍ଣ୍ଣାୟକ ମୋଡରେ ପହଚିଂବ ବୋଲି ଡିସିପି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe