କନକ ବ୍ୟୁରୋ : ସ୍କାଏ କିଙ୍ଗ ଠକେଇ ଘଟଣାରେ ଆକାଶ ପାଠକ ରିମାଣ୍ଡ ଅବଧି ଶେଷ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ଖାରବେଳନଗର ଥାନା ପୁଲିସ । କୋର୍ଟରୁ ହାଜର ହୋଇ ଫେରିବା ବେଳେ ଆକାଶ କହିଛନ୍ତି ସେ ପୋଲିସ ଆଗରେ କିଛି ମାନି ନାହାନ୍ତି ।
ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲା କମିସନରେଟ ପୁଲିସ । ଯେଉଁ ଉଦେଶ୍ୟରେ ଆକାଶଙ୍କୁ ନେଇଥିଲେ ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି ଗତକାଲି କହିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ମାମଲାର ତଦନ୍ତ ଅଗ୍ରସର ହୋଇଛି । ଖୁବ ଶୀଘ୍ର କେସଟି ନିର୍ଣ୍ଣାୟକ ମୋଡରେ ପହଚିଂବ ବୋଲି ଡିସିପି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/13-26.jpg)