ଟାଟା ଟେକିଦେଲା ହାତ : କମ୍ପାନୀର ସ୍ପଷ୍ଟୀକରଣ, ଟାଟା ମୋଟର୍ସରେ ଚାକିରି କରିନଥିଲେ ଆକାଶ ପାଠକ । ଓଡ଼ିଶାର ୫ଟି ସ୍ଥାନରେ ‘ପାଠକ’ ଭଣ୍ଡାର ଖୋଳିଲା ଭିଜିଲାନ୍ସ ।

4,318

କନକ ବ୍ୟୁରୋ: ଆକାଶ ପାଠକଙ୍କୁ ନେଇ ବ୍ରହ୍ମପୁରରେ ତନାଘନା କରୁଛି କ୍ରାଇମବ୍ରାଂଚ । ଟାଟା ମୋଟର୍ସରେ ନିଯୁକ୍ତି ନେଇ ହୋଇଥିବା ଠକେଇ ତଦନ୍ତ କରିଛନ୍ତି । କ୍ରାଇମବ୍ରାଂଜ ଡିଏସପି ବିକାଶଙ୍କ ନେତୃତ୍ୱରେ ୯ ଜଣିଆ ଟିମ ତଦନ୍ତ କରିଛନ୍ତି । ସେପଟେ ଆକାଶ ପାଠକ ଠକେଇ ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛି ଟାଟା ମୋଟର୍ସ । ଆକାଶ ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି । ଟାଟା ମୋଟର୍ସ ଆକାଶ ପାଠକଙ୍କ ନାଁରେ କୌଣସି କର୍ମଚାରୀ କି କୌଣସି ଉଚ୍ଚପଦସ୍ତ ଅଧିକାରୀ ନଥିବା କମ୍ପାନୀ ସ୍ପଷ୍ଟ କରିଛି । ଏବଂ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଠକୁଥିଲେ ବୋଲି କମ୍ପାନୀ କନକ ନ୍ୟୁଜକୁ ସ୍ପଷ୍ଟିକରଣ ଦେଇ କହିଛି । ଚାକିରି ଦେବା ନାଁରେ ଆକାଶ ପାଠକ ଠକେଇ କରିଥିବା ଜଣା ପଡିବା ପରେ ସେପଟେମ୍ବର ୨୩ ତାରିଖରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା କମ୍ପାନୀ ।

ସେପେଟ ନିଲମ୍ବିତ ଆଇଏଫଏସ ଅଫିସର୍ ଅଭୟକାନ୍ତ ପାଠକଙ୍କ କେଳେଙ୍କାରୀ କାହାଣୀ ଯେତେ ସାଂଘାତିକ୍, ଦୁର୍ନୀତିର ଚେର ହୁଏତ ତାଠୁ ଅଧିକ ଲମ୍ବା । ଆଉ ସେହି ଚେରକୁ ଖୋଜିବା ପାଇଁ ଓଡ଼ିଶାର ଏକାଧିକ ସ୍ଥାନରେ ଚଢ଼ାଉ ଓ ଛାନବିନ୍ କରିଛି ଭିଜିଲାନ୍ସ । ରାଜଧାନୀ ଭୁବନେଶ୍ୱର ସମେତ ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ ଏବଂ ସୁନ୍ଦରଗଡ଼ ଭଳି ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଛି । କାରଣ, ଚାକିରି ଜୀବନରେ ଏହି ସବୁ ସହର ସହ ଜଡିତ ଥିଲେ ଅଭୟକାନ୍ତ ପାଠକ ।

ସମ୍ବଲପୁରରେ ବିଭିନ୍ନ ବ୍ୟାଙ୍କ ଯାଇ ଭିଜିଲାନ୍ସର ଟିମ ପଚରାଉଚରା କରିଛି । ସମ୍ବଲପୁରରେ ସୋସିଆଲ ଫରେଷ୍ଟରେ ଜଏଂଟ ଡାଇରେକ୍ଟର ଥିଲେ ଅଭୟକାନ୍ତ । ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସ ଟିମ ପହଚିଂ କାଗଜପତ୍ର ସହ ବ୍ୟାଙ୍କ ଆକାଉଂଟ ଯାଂଚ କରିଛି । ୧୯୯୩ରୁ ୧୯୯୪ ଯାଏ ଅନୁଗୁଳରେ ଡିଏଫଓ ଥିଲେ ଅଭୟକାନ୍ତ । ଅଭୟକାନ୍ତ ପାଠକ ଲିଙ୍କ ନେଇ ବ୍ରହ୍ମପୁରରେ ବି ଭିଜିଲାନ୍ସ ଏସଆଇଟି ରେଡ କରିଛି । ଜୟପ୍ରକାଶ ନଗରରେ ଥିବା ଓଏଫଡିସି ଅଫିସରେ ୩ ଜଣିଆ ଟିମ ରେଡ କରିଛନ୍ତି । ୨୦୦୮ ମସିହାରୁ ୨୦୦୧୪ ଯାଏଁ ଅଭୟ ପାଠକ ବ୍ରହ୍ମପୁର ଓଏଫଡିସିରେ ସାଧାରଣ ପରିଚାଳକ ଦାୟିତ୍ୱରେ ଥିଲେ ।

ସେପଟେ ଆକାଶ ପାଠକଙ୍କୁ ନେଇ ବ୍ରହ୍ମପୁରରେ ତନାଘନା କରିଛି କ୍ରାଇମବ୍ରାଂଚ । ଟାଟା ମୋଟର୍ସରେ ନିଯୁକ୍ତି ନେଇ ହୋଇଥିବା ଠକେଇ ତଦନ୍ତ କରିଛି । କ୍ରାଇମବ୍ରାଂଜ ଡିଏସପି ବିକାଶଙ୍କ ନେତୃତ୍ୱରେ ୯ ଜଣିଆ ଟିମ ତଦନ୍ତ କରୁଛନ୍ତି । ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ରହିଛି କି ନାହିଁ ସେ ନେଇ ସନ୍ଦେହରେ କିଛି ଲୋକଙ୍କୁ ଆଣି ଜେରା କରାଯାଇଛି । ଆଉ ଏସବୁ ଭିତରେ ପ୍ରଦୀପ ପାଣିଗ୍ରାହୀ କରିଥିବା ଅଭିଯୋଗ ଉପରେ ବିଜେଡି କହିଛି- ସତ୍ୟ ପ୍ରମାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।