କୁବେର ବାପାଙ୍କ କଳା ଟଙ୍କାରେ ପୁଅ କରୁଥିଲେ ଅଏସ । ଆଇଏଫଏସ ଅଭୟଙ୍କ ପୁଅ ଆକାଶ ପାଠକଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ ଆଣିଲା ଭିଜିଲାନ୍ସ, ଏଥର ଗୁପ୍ତ ସ୍ଥାନରେ କରିବ ଜେରା ।

728

କନକ ବ୍ୟୁରୋ : ମୁମ୍ବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆକାଶଙ୍କୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆଣିଛି । ବାପା ପଇସାରେ ଅଏସ କରୁଥିବା ଆକାଶ ପାଠକଙ୍କୁ ହେପାଜତରେ ନେଇଛି ଭିଜିଲାନ୍ସ । ସେପଟେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି ଆକାଶ ପାଠକ । ହେପାଜତରେ ନେବା ପରେ ଗୁପ୍ତ ସ୍ଥାନରେ ରଖି ଜେରା କରିବ ଭିଜିଲାନ୍ସ ।

ବାପା ଅଭୟ ପାଠକ ଓ ପୁଅ ଆକାଶ ପାଠକର କଳାକାରନାମା ଦେଖି ଭିଜିଲାନ୍ସର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପୁଅ ଆକାଶ ପାଠକର ବାହାଘର ପାଇଁ ରାଜକୀୟ ପ୍ରସ୍ତୁତି ହୋଇଥିଲା । ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶର ବାହାଘର ସ୍ଥିର ହୋଇଥିଲା । ରାଜସ୍ଥାନର ଉଦୟପୁରରେ ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରାଯାଇଥିଲା । ଏବଂ ଡେଷ୍ଟିନେସନ୍ ୱେଡିଂ ପାଇଁ ଫ୍ଲାଇଟ୍ ଟିକଟ ସମେତ ଅତିଥିଙ୍କ ପାଇଁ ଉଦୟପୁରରେ ବଡ ବଡ ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରାଯାଇଥିଲା । ସେପଟେ ଏମାନଙ୍କ ସଂପତିର ହିସାବ ସରୁନିି । ଲକଡାଉନ୍ ସମୟରେ ବିମାନ ଭଡାରେ ନେଇ ଆକାଶରେ ଉଡୁଥିବା ବାପା-ପୁଅଙ୍କ ସଂପତିର ହିସାବ କିତାବ ଜାରି ରଖିଛନ୍ତି ଭିଜିଲାନ୍ସର ଦେଢଶହ ଅଧିକାରୀ ।