ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ଆକାଶ ପାଠକଙ୍କ ଦସ୍ତଖତ: ପୋଲିସ କମିଶନର କହିଲେ ଅଧିକ ଯାଂଚର ରହିଛି ଆବଶ୍ୟକତା, ଆଉ ଥରେ ରିମାଣ୍ଡରେ ନେବାକୁ କୋର୍ଟରେ କରାଯିବ ଆବେଦନ

93

କନକ ବ୍ୟୁରୋ: ଆକାଶ ପାଠକ ମାମଲାର ତଦନ୍ତ ଚାଲିଛି । ଆକାଶଙ୍କ ଦସ୍ତଖତ ନିଆଯିବ । ଯାଂଚ ପାଇଁ ହସ୍ତଖତ ହ୍ୟାଣ୍ଡରାଇଟିଂ ବ୍ୟୁୁରୋକୁ ପଠାଯିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଆକାଶଙ୍କୁ ଆଉ ଥରେ ରିମାଣ୍ଡରେ ନିଆଯିବାର ଆବଶ୍ୟକତା ରହିଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର ।

ତଦନ୍ତ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଆକାଶ ପାଠକ ଟାଟା କମ୍ପାନୀରେ ଚାକିରି କରନ୍ତ କି ନାହିଁ ଜାଣିବା ପାଇଁ ଟାଟାକୁ ଚିଠି ଲେଖାଯାଇଥିଲା । ଆକାଶ କମ୍ପାନୀର କର୍ମଚାରୀ ନୁହଁନ୍ତି ଟାଟା ସ୍ପଷ୍ଟ କରିଛି । ଏବେ ଝାରପଡା ଜେଲରେ ଅଛନ୍ତି ପାଠକ ବାପା, ପୁଅ । ୩ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଆର୍ଥିିକ କାରବାର ଓ ନିଯୁକ୍ତି ନାଁରେ ଠକେଇ ନେଇ ପଚରାଉଚରା କରିଥିଲା । ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଭିଜିଲାନ୍ସ ଅଧିକାର କହିଛନ୍ତି ।