ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ : ଭାବି ଶ୍ୱଶୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା 

Advertisment
ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ : ଭାବି ଶ୍ୱଶୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା 

କନକ ବ୍ୟୁରୋ : ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ । ଏନେଇ ଭାବି ଶଶ୍ୱୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା । ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଂଚ ଏଡିଜି । ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ଚାକିରି କରାଇଦେବା ନେଇ ଟଙ୍କା ଆସୁଥିଲା ।

ଟଙ୍କା ନେଇ ଆଶାୟୀଙ୍କୁ ଜେଲ କାଗଜପତ୍ର ଦେଉଥିଲେ । ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ଆକାଶ ପାଠକଙ୍କ ଆକାଉଂଟକୁ ଟଙ୍କା ପଠାଇଥିବା ବେଳେ ୪ ଜଣ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ବିପୁଳ ପରିମାଣର ଅର୍ଥ ପଠାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଏଡିଜି କହିଛନ୍ତି ଯେ, ଯେଉଁମାନେ ବି ଏହି ଠକାମୀରେ ଶିକାର ହୋଇଛନ୍ତି,ସେମାନେ ଭୟ ନକରି ସାମନାକୁ ଆସିବା ଆବଶ୍ୟକ । ଗତକାଲିଠୁ ଆକାଶ ପାଠକଙ୍କୁ ୫ ଦିନିଅର ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe