ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ୍ । ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ଦେଲେ ହାଇକୋର୍ଟ।

180

କନକ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ । ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛି । ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଦୁଇ ବାପା-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଧ୍ୟ ଜାମିନ୍ ପ୍ରଦାନ କରିଥିଲା ।

ଆଇଏଫ୍ଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ବିରୋଧରେ ଠକେଇ ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଗିରଫ କରାଯାଇଥିଲା । ଏହାପରେ ସେମାନେ ଗିରଫ ହୋଇ ଜେଲରେ ଥିଲେ । ଏହାପରେ ଦୀର୍ଘ ୬୦ ଦିନ ପରେ ବି ପୋଲିସ ଏନେଇ ଚାର୍ଜସିଟ୍ ଦେଇପାରିନଥିଲା । ଏହାପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲା । ଏହି ସମୟରେ ତାଙ୍କ ବିରୋଧରେ ଅନ୍ୟ ମାମଲା ଥିବାରୁ ସେମାନେ ଜେଲରେ ରହିଥିଲେ । ଏବେ ତାଙ୍କୁ ହାଇକୋର୍ଟ ମଧ୍ୟ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି ।