କନକ ବ୍ୟୁରୋ: ସାରା ଭାରତରେ ଚାଲିଥିଲା ଆକାଶ ପାଠକଙ୍କ ନେଟୱାର୍କ । କେବଳ ଓଡିଶାରେ ନୁହେଁ ଅନ୍ୟ ରାଜ୍ୟରେ ବି ଠକେଇ କରିଥିଲା ଧୂର୍ତ ଆକାଶ ପାଠକ । ଆକାଶର ପିଏ ଡେଭିଡ୍ ପିଟରଙ୍କୁ ଜେରା କରିବାବେଳେ କ୍ରାଇମବ୍ରାଂଚକୁ ଏଭଳି ଚମକାଇ ଦେବା ଭଳି ତଥ୍ୟ ମିଳିଛି । ଗତକାଲିଠୁ ଡେଭିଡ ପିଟରଙ୍କୁ ଜେରା କରୁଛି କ୍ରାଇମବ୍ରାଂଚ । ଆକାଶ ପାଠକ ଟାଟା ମୋଟର୍ସରେ ଚାକିରୀ କରିନଥିବା ସେ ଜାଣି ନଥିଲେ ବୋଲି ଜେରା ବେଳେ କହିଛନ୍ତି । ତେବେ ଆସନ୍ତାକାଲି ଆକାଶ ପାଠକଙ୍କୁ ନେଇ କ୍ରାଇମବ୍ରାଂଚ ବଡ ତଥ୍ୟ ଦେଇପାରେ ବୋଲି ସୂଚନା ମିଳିଛି ।
ସେପଟେ ସରିଲା ପାଠକ ବାପପୁଅଙ୍କ ରିମାଣ୍ଡ ଅବଧି । ଉଭୟ ବାପ ପୁଅଙ୍କୁ କୋର୍ଟରେ ହାଜର କରାଯାଇଛି । ୩ ଦିନଆ ରିମାଣ୍ଡରେ ନେଇ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଘନଘନ ଜେରା କରିଥିଲା ଭିଜିଲାନ୍ସ ଏସଆଇଟି । ଉଭୟ ବାପ, ପୁଅଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି । ଆର୍ଥିକ କାରବାର ଓ ଠକେଇ ନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା କରାଯାଇଥିଲା । ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ ସ୍ୱୀକାର କରିଥିଲେ । ତେବେ ଆକାଉଂଟକୁ କୋଟି କୋଟି ଟଙ୍କା ଆସିବା ନେଇ ସେ ନିଜର ମତ ବଦଳାଉଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-28-19h11m19s157.png)
/kanak/media/post_attachments/wp-content/uploads/2020/12/19-7.jpg)