ଜେଇଇ ମେନରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ ।

62

ଚଳିତବର୍ଷ ଜେଇଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ୱର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ୍ ରଖି ଓଡିଶା ଟପର ହୋଇପାରିଛନ୍ତି । ନ୍ୟାସନ୍ୟାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି ଦ୍ୱାରା ପରିଚାଳିତ ଫେବୃୟାରି ୨୦୨୧ ଜେଇଇ ମେନ୍ ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ସର୍ବମୋଟ ୬ଲକ୍ଷ ୨୦ ହଜାର ୯୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ଆକାଶ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ଶାଖାର ୯ଜଣ ଛାତ୍ରଛାତ୍ରୀ ଦମଦାର ପ୍ରଦର୍ଶନ କରି ୯୮. ୫୧୭ ପରସେଣ୍ଟାଇଲରୁ ଉଦ୍ଧ୍ୱର୍ରେ ନମ୍ବର ରଖି ଆଶାନୁରୂପକ ସଫଳତା ହାସଲ କରିଛନ୍ତି । ଉକ୍ତ ପରୀକ୍ଷାଟି ୨୦୨୧ ଫେବୃୟାରି ୨୪ରୁ ୨୬ ତାରିଖ ମଧ୍ୟରେ ହୋଇଥିବା ବେଳେ ୨ୟ ପର୍ଯ୍ୟାୟଟି ମାର୍ଚ୍ଚ ୨୦୨୧ରେ ହେବ ।
ଆକାଶ ଆଇଆଇଟି ଜେଇଇ ଭୁବନେଶ୍ୱର ଶାଖାର ଦୀପକ ନନ୍ଦ ୯୯.୯୮୧, ଅର୍ଚ୍ଚିତା ପଟ୍ଟନାୟକ ୯୯.୮୦୯, ସୁଦିର ରଞ୍ଜନ ସାହୁ ୯୯.୫୨୩, ଗୌରୀ ଶଙ୍କର ସ୍ୱାଇଁ ୯୯.୪୮୦, ଆକାଶ ଗେନିରିୱାଲ ୯୯.୩୯୫, ଏନ୍ ଅନୁସ୍କା ୯୯.୩୮୮, ପ୍ରତିକ୍ ଦାସ ୯୮.୯୮୧ ଏବଂ ଓମ୍ ଅନିମେଶ ମିଶ୍ର ୯୮.୫୧୭ ପରେଣ୍ଟାଇଲ ରଖି ଓଡିଶାର ଟପର ଲିଷ୍ଟରେ ସ୍ଥାନ ପାଇଛି । ଭୁବନେଶ୍ୱର ଶାଖା ନିର୍ଦ୍ଦେଶକ ଏବି ସିଂ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ ଆପଣମାନେ ନିଜେ ନିଜର ସନ୍ତାନମାନଙ୍କୁ ସର୍ବଦା ଆଶ୍ରୀର୍ବାଦ ଦେଉଥଲେ ସେମାନେ ଆଗକୁ ଆସୁଥିବା ଜେଇଇ ଆଡଭାନ୍ସ ପରୀକ୍ଷାରେ ଟପର ହୋଇ ଦେଖାଇପାରିବେ । ଶ୍ରୀ ସିଂ ସଫଳତାର ଶ୍ରେୟ ସଂସ୍ଥାରେ କାର୍ଯ୍ୟରତ ସମସ୍ତ ଶିକ୍ଷକଗଣ, ଅଭିଭାବକ ଏବଂ ଅନ୍ୟ କର୍ମଚାରୀଙ୍କୁ ଦେଇଛନ୍ତି । ଆକାଶ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ୱର ବିଗତ ୩ବର୍ଷ ହେଲା ଟପର ଦେଇଆସୁଅଛି । ଆଜି ଦେଶର ଅଗ୍ରଣୀ କୋଚିଙ୍ଗ୍ ସେଣ୍ଟରମାନଙ୍କ ମଧ୍ୟରୁ ଆକାଶ ଆଇଆଇଟି ଜେଇଇ ଅନ୍ୟତମ ଭାବେ ଗଣାଯାଉଛି ।