ମୁକେଶ ଅମ୍ବାନିଙ୍କ ଘରେ ହସଖୁସିର ମାହୋଲ ! ବନ୍ଧୁ ଶ୍ଳୋକା ମେହେଟ୍ଟାଙ୍କ ହାତ ଧରିଲେ ଆକାଶ ଅମ୍ବାନୀ, ବଲିଉଡ୍ ତାରକାଙ୍କ ଗହଳି । 

927

କନକ ବ୍ୟୁରୋ : ଦେଶର ସବୁଠୁ ବଡ଼ ବାହାଘର । ପୁଅ ଆକାଶ ଅମ୍ବାନିଙ୍କ ବାହାଘରକୁ ନେଇ ଆଜି ଦେଶର ସବୁଠୁ ଧନୀ ଅମ୍ବାନି ପରିବାରରେ ହସଖୁସିର ମାହୋଲ୍ । ଦେଶର ସବୁଠୁ ବଡ଼ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଜଣାଶୁଣା ହୀରା ବ୍ୟବସାୟୀ ରସେଲ୍ ମେହେଟ୍ଟାଙ୍କ ଝିଅ ଶ୍ଳୋକାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି ଓ ଏହି ବହୁଚର୍ଚ୍ଚିତ ବିବାହରେ ଯୋଗ ଦେଇଛନ୍ତି ଦେଶର ସୁପରିଚିତ ଫିଲ୍ମତାରକା । ତେବେ କିଭଳି ଆରମ୍ଭ ହୋଇଥିଲା ଆକାଶ ଓ ଶ୍ଳୋକାଙ୍କ ପ୍ରେମକାହାଣୀ ? କେମିତି ଥିଲା ପୁରା ଘଟଣା ? ଆସନ୍ତୁ ଜାଣିବା ।

ମୁକେଶ ଅମ୍ବାନିଙ୍କ ଘରେ ଖୁସିର ଆସର । ଦେଶ ଦେଖୁଛି ସବୁଠୁ ବଡ଼ ବାହାଘର । ଜଣେ ଦେଶର ଏକ ନମ୍ବର ଧନୀ ପରିବାରର ବଡ଼ ପୁଅ, ଅନ୍ୟଜଣେ ପ୍ରତିଷ୍ଠିତ ହୀରା ବ୍ୟବସାୟୀଙ୍କ ଗେହ୍ଲି ଝିଅ  । ଆଉ ତା’ପରେ ମିଳନ ମୋଡ଼ରେ ଦୁଇ ପ୍ରେମପକ୍ଷୀ  । ଦେଶର ସବୁଠୁ ବଡ଼ ବାହାଘର ପାଇଁ ଏବେ ସବୁଠି ଉକ୍ରଣ୍ଠା  । ସେପଟେ ଅମ୍ବାନିଙ୍କ ଘର ଆଂଟିଲିଆରେ ଅତିଥିଙ୍କ ଗହଳି ଓ ହସଖୁସିର ଅସରା ଆସର  । ହୀରା ବ୍ୟବସାୟୀ ରସେଲ୍ ମେହେଟ୍ଟାଙ୍କ ଝିଅ ଶ୍ଳୋକାଙ୍କୁ ନିଜ ଜୀବନସାଥୀ କରିଛନ୍ତି ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଆଉ ଏହି ଖୁସିରେ ସାମିଲ ହୋଇଛନ୍ତି ଦେଶର ସୁପରିଚିତ ବ୍ୟକ୍ତିତ୍ୱ  ।

ପ୍ରେମକାହାଣୀରେ ମିଳନ ମୋଡ଼ । ସହପାଠୀ ହେଲେ ଜୀବନର ସାଥୀ । ଆକାଶ ଓ ଶ୍ଳୋକାଙ୍କ ସମ୍ପର୍କ ଆରମ୍ଭ ହୁଏ ଧିରୁଭାଇ ଅମ୍ବାନି ଇଂଟରନ୍ୟାସନାଲ ସ୍କୁଲରୁ  । ପାଠପଢ଼ା ଚାଲିଥିବା ବେଳେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାର କୁହାଯାଏ  । ଢେର କିଛି ଦିନ ପରସ୍ପରକୁ ଡେଟିଂ କରନ୍ତି ଦୁଇ ପ୍ରେମଚଢ଼େଇ  । ପରେ ଏହି ସମ୍ପର୍କକୁ ମିଳିଯାଏ ଉଭୟ ପରିବାରର ସ୍ୱୀକୃତି  । ବିବାହର ରୂପ ନେବା ପରେ ଆକାଶ ଅମ୍ବାନି ଓ ଶ୍ଲୋକା ମେହେଟ୍ଟା ବନିଛନ୍ତି ପରସ୍ପରର ସାତ ଜନ୍ମର ସାଥୀ  । ଶ୍ଳୋକା ଏବେ ରୋଜି ବ୍ଲୁ ଫାଉଣ୍ଡେସନ୍ ଜରିଆରେ ସମାଜସେବା ଜାରି ରଖିଛନ୍ତି  । ଅନ୍ୟପଟେ ଆକାଶ ଅମ୍ବାନି ବର୍ତମାନ ରିଲାଏନ୍ସ ଜିଓର ପରିଚାଳନା ବୋର୍ଡରେ କାର୍ଯ୍ୟରତ  । ବ୍ୟବସାୟିକ ଦୃଷ୍ଟିରୁ ଆଗକୁ ଶ୍ଲୋକା ନିଭାଇପାରନ୍ତି ରିଲାଏନ୍ସର କୌଣସି ଦାୟିତ୍ୱ ଓ ସ୍ୱାମୀଙ୍କୁ କରିପାରନ୍ତି ସହାୟତା  ।