ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ଏବଂ ମେନେଜିଙ୍ଗ ଡାଇରେକ୍ଟର ମୁକେଶ ଅମ୍ବାନୀ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେତାଙ୍କ ବିବାହର ପ୍ରଥମ କାର୍ଡ ଚଢ଼ାଯାଇଛି । ଏବେ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ ବିବାହ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ ଦେଉଛନ୍ତି । ଅନେକ ଅତିଥି ବିବାହ କାର୍ଡର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଈଶା ଅମ୍ବାନୀଙ୍କ ଭଳି ଆକାଶ ଓ ଶ୍ଳୋକାଙ୍କ କାର୍ଡ ମଧ୍ୟ ବିଶେଷ ଭାବରେ ଡିଜାଇନ୍ କରାଯାଇଛି । ଏହି କାର୍ଡ ରାଧା ଓ କୃଷ୍ଣଙ୍କ ଥିମ୍ ଉପରେ ଆଧାରିତ । କାର୍ଡ ଖୋଲିଲେ ଏଥିରୁ ଏକ ଭଜନ ଶୁଭୁଛି । ତା’ପରେ ରାଧା ଓ କୃଷ୍ଣଙ୍କ ଏକ ଫଟୋ ଫ୍ରେମ୍ ଦେଖିବାକୁ ମିଳୁଛି । ପ୍ରତ୍ୟେକ ସ୍ତରରେ ଆପଣଙ୍କୁ ରାଧାକୃଷ୍ଣଙ୍କ ଲୀଳାର ସୁନ୍ଦର ଫଟୋ ସହିତ ବିବାହ ସଂପର୍କିତ ସୂଚନା ମିଳିବ । ଏହି କାର୍ଡକୁ ପିଙ୍କ ଭିଲା ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛି । ସୂଚନା ମୁତାବକ, ଏହି ବିବାହ କାର୍ଡରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Akash-Ambani-Wedding-Card-620x400.jpg)
/kanak/media/post_attachments/wp-content/uploads/2019/02/1530528242shlokaakash1-300x225.jpg)