କୃଷି ଆଇନ ବିରୋଧରେ ଅକାଳି ଦଳର ବଡ ପ୍ରଦର୍ଶନ ପ୍ରସ୍ତୁତି ।  ଦିଲ୍ଲୀ ସୀମା ସିଲ

Advertisment
କୃଷି ଆଇନ ବିରୋଧରେ ଅକାଳି ଦଳର ବଡ ପ୍ରଦର୍ଶନ ପ୍ରସ୍ତୁତି ।  ଦିଲ୍ଲୀ ସୀମା ସିଲ

କନକ ବ୍ୟୁରୋ: ଆଜି ଦିଲ୍ଲୀ ସୀମାବର୍ତ୍ତୀ ଇଲାକାରେ ବିରୋଧ ପ୍ରଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଅକାଳି ଦଳ । ନୂଆ କୃଷି ନିୟମକୁ ବିରୋଧ କରି ଶିରୋମଣି ଅକାଳି ଦଳ ପାଳନ କରୁଛି କଳା ଦିବସ ।କୃଷି ବିଲ ମଂଜୁରୀ ହେବାର ବର୍ଷେ ପୁରିଥିବାବେଳେ ଏହାକୁ ବିରୋଧ କରି ଶିରୋମଣି ଅକାଳିଦଳ ଗୁରୁଦ୍ୱାରା ରକାବଗଂଜ ସାହିବ ଠାରୁ ଆରମ୍ଭ କରି ସଂସଦ ଯାଏଁ ପ୍ରଦର୍ଶନ କରିବାର ପ୍ରସ୍ତୁତି କରୁଛି । ଅନ୍ୟପଟେ ଏହାକୁ ପ୍ରତିହତ କରିବାକୁ ଦିଲ୍ଲୀର ସୀମା ଗୁଡିକୁ ସିଲ କରାଯାଇଛି । ପ୍ରତି ଗାଡିକୁ ଯାଞ୍ଚ କରାଯାଉଛି । ଫଳରେ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ଜାମ ଭଳି ସମସ୍ୟା ସୃଷ୍ଟି ହୋଇଛି । ପଂଜାବ ନମ୍ବର ଥିବା ସମସ୍ତ ଗାଡିକୁ ପୋଲିସ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ  ଏଡାଇବାକୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବଳୟ କରାଯାଇଛି । ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ଓ ହରସିମରତ କୌର ବାଦଲ ଏହି ପ୍ରଦର୍ଶନରେ ସାମିଲ ହେବାକୁ ଲେକାଭ୍କୁ ଅପିଲ କରିଥିଲେ । ହେଲେ କରୋନା କଟକଣାକୁ ନେଇ ଦିଲ୍ଲୀ ପୋଲିସ ଏହି ପ୍ରଦର୍ଶନକୁ ଅନୁମତି ଦେଇନାହିଁ ।

publive-imageସୂଚନା ମୁତାବକ,ଏହି ଆଇନକୁ ନେଇ ଜାତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ବିରୋଧ ମଧ୍ୟ ଜାରି ରହିଛି । ପୂର୍ବରୁ କର୍ଣ୍ଣାଲରେ କୃଷକଙ୍କ ଏକ ପ୍ରଦର୍ଶନରେ ଚାଷୀଙ୍କ ଉପରେ ଡେପୁଟି ମାଜିଷ୍ଟ୍ରେଟ୍ ଲାଠି ମାଡ ପାଇଁ ନିର୍ଦ୍ଦେଶ ଦେବା, ଓ ପୋଲିସ ମାଡରେ ଚାଷୀ ଆହତ ଘଟଣାକୁ ନେଇ ଉଠିଥିବା ଏବେବି ଅସମାହିତ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe