କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଅନୀଲ ଆଣ୍ଟୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀର ବିରୋଧ କରିଥିବା ବେଳେ ମୋଦୀ ସରକାରଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି, ମୋ ଉପରେ ଟ୍ୱିଟ ଫେରାଇ ନେବାପାଇଁ ଚାପ ପକାଯାଇଥିଲା । ଅନୀଲ ଆଣ୍ଟୋନୀ କହିଥିଲେ ଯେ ଭାରତୀୟ ସଂସ୍ଥାନ ଅପେକ୍ଷା ବ୍ରିଟଶ ପ୍ରସାରକଙ୍କ ବିଚାରକୁ ମହତ୍ତ୍ୱ ଦେବା ଦେଶର ଏକତାକୁ ପ୍ରଭାବିତ କରୁଛି ।

Advertisment

ଅନୀଲ କଂଗ୍ରେସ ଛାଡିବା ନେଇ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ଲେଖିଛନ୍ତି, ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି । ମୋ ଉପରେ ଟ୍ୱିଟ୍ ଫେରାଇନେବାକୁ ଚାପ ବଢାଯାଉଛି । ଯେଉଁମାନେ ମୋତେ ଏଭଳି କହୁଛନ୍ତି ସେହି ଲୋକମାନେ ବାକ ସ୍ୱାଧୀନତା ନେଇ ପୂର୍ବରୁ ଲଢେଇ କରୁଥିଲେ । ମୁଁ କିନ୍ତୁ ସେମାନଙ୍କୁ ମନା କରିଦେଇଛି ।