ଏଠାରେ ଏକେ-୪୭ର ଦାମ୍ ସ୍ମାର୍ଟଫୋନର ମୂଲ୍ୟ ସହ ସମାନ୍ ! ଜାଣନ୍ତୁ କେଉଁଠି ରହିଛି ଏହି ବନ୍ଧୁକ ବଜାର । 

ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଏକେ-୪୭ର ମୂଲ୍ୟ ମୋବାଇଲ ଫୋନର ମୂଲ୍ୟ ଠାରୁ ବି କମ୍ ରହିଛି ।

331
ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଏକେ-୪୭ର ମୂଲ୍ୟ ମୋବାଇଲ ଫୋନର ମୂଲ୍ୟ ଠାରୁ ବି କମ୍ ରହିଛି । ସାଧାରଣତଃ ଅନ୍ୟାନ୍ୟ ଦେଶରେ ନିଜର ସୁରକ୍ଷା ପାଇଁ ଏକ ବନ୍ଧୁକ କିଣିବାକୁ ହେଲେ ତା ପାଇଁ ଲାଇସେନ୍ସ ଏବଂ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠିକି ଖୁବ କମ ମୂଲ୍ୟରେ ଏକେ-୪୭ ଭଳି ମାରାତ୍ମକ ବନ୍ଧୁକ ମିଳିଯାଇଥାଏ । ପ୍ରକୃତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରି ଏହି ଘଟଣାଟି ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ପାକିସ୍ତାନରେ ଅବସ୍ତିତ ‘ଦଶ ଆଦମଖେଲ’ ନାମକ ଏକ ସହରରେ ଏକେ-୪୭ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମେସିନ ଗନ୍, ଅଟୋମେଟିକ ଗନ୍ ଖୁଲମଖୁଲା ବିକ୍ରି କରାଯାଇଥାଏ । ଏହି ସହରଟି ପାକିସ୍ତାନର ମୂଖ୍ୟ ସହରଠାରୁ ୩୫ କିଲୋମିଟର ଦୁରରେ ଏକ ପାହାଡ ମଝିରେ ଅବସ୍ତିତ । ଏଠାରେ ସବୁ ପ୍ରକାର ଖତରନାକ ହତିଆର ମିଳିଯାଇଥାଏ । କେବଳ ସେତିକି ନୁହେଁ ଏଠାରେ ବନ୍ଧୁକ ଗୁଡିକ ଅତି ସସ୍ତାରେ ମିଳିଥାଏ । ଅତି ବେସିରେ ଗୋଟେ ବନ୍ଧୁକ ୫-୭ ହଜାର ମୂଲ୍ୟ ଭିତରେ ମିଳିଥାଏ । ତେବେ ଜଣେ ବନ୍ଧୁକ ବେପାରିଙ୍କ କହିବା ଅନୁସାରେ, ସେ ପ୍ରାୟ ୧୦ ବର୍ଷ ମଧ୍ୟରେ ୧୦ ହଜାରୁ ଅଧିକ ଗନ ବିକ୍ରି କରିଛନ୍ତି । ବିକ୍ରି ହୋଇଥିବା ବନ୍ଧୁକର କୌଣସି ଅସୁବିଧା ଥିବା ନେଇ ଆଜିଯାଏ ଅଭିଯୋଗ ହୋଇନାହିଁ ।
ବହୁ ବର୍ଷ ପୂର୍ବରୁ ପାକିସ୍ତାନର ଏହି ଅଞ୍ଚଳରେ ବନ୍ଧୁକ କାରୋବାର ହୋଇ ଆସୁଛି । ୧୯୮୦ ମସିହା ପର ଠାରୁ ଏଠାରେ ହତିଆର ବେପାର ଧିରେ ଧିରେ ବଢିବାକୁ ଲାଗିଲା । ଯାହା ଫଳରେ ଏବେ ଏହା ଏକ ଭୟଙ୍କର ସହରରେ ପରିଣତ ହୋଇଛି । ସବୁଠାରୁ ବଡ କଥା ହେଲା ଏଠାକୁ ପୋଲିସ ମଧ୍ୟ ଯାଇପାରନ୍ତି ନାହିଁ । ପୂର୍ବରୁ ପାକିସ୍ତାନରେ ନବାଜ ଶରିଫ କ୍ଷମତାକୁ ଆସିବା ପରେ ଏହି ହତିଆର ବ୍ୟବସାୟ ଉପରେ କିଛି ମାତ୍ରାରେ ପ୍ରଭାବ ପଡିଥିଲା ବୋଲି ସୂଚନାରୁ ଜଣା ପଡିଛି ।